ରାଇକିଆ ଠାରେ ଚୋର ଓ ପୋଲିସ କତୃପକ୍ଷ ଙ୍କ ମଧୁଚନ୍ଦ୍ରିକା କୁ ନେଇ ଅଭିଯୋଗ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡା ଗ୍ରାମରେ ଥିବା ହନୁମାନ ମନ୍ଦିର ପୂଜାରୀଙ୍କ ଘରେ ଗତ ୨୫/୧/୨୦ ତାରିଖ ଦିନ ରାତିରେ ତିନିଜଣ ମୁଖା ପିନ୍ଧା ଯୁବକ ପସି ପୂଜକଙ୍କୁ ବନ୍ଧୁକ ଦେଖାଇ 36 ହଜାର ଟଙ୍କା ଲୁଟି ନେଇଥିଲେ ଅନ୍ୟ ଜଣେ ଘର ବାହାରେ ଅପେକ୍ଷା କରିଥିଲେ ।ଏଇ ମାନଙ୍କ ମଧ୍ୟରୁ ପୂଜକ ଜଣକୁ ଚିହ୍ନି ପାରିଥିବା ନେଇ ରାଇକିଆ ଥାନାରେ ଅଭିଯୋଗ କରିବା ରାଇକିଆ ଥାନା ଅଧିକାରୀ ତଦନ୍ତକରି ପୂଜକଙ୍କ ଦ୍ୱାରା ଚିହ୍ନଟ ରାଇଜିଆ ପଞ୍ଚୟତ ସହି ନିଵାସୀ ନାଗାର୍ଜୁନ ନାୟକ ଙ୍କୁ ଥାନାକୁ ନେଇ ତଦନ୍ତ କରିଥିଲେ । ବନ୍ଧୁକ ଦେଖାଇ ଚୋରି କରିଥିବା ଚାରି ଜଣ ଙ୍କ ମଧ୍ୟରୁ ନାଗାର୍ଜୁନ ଜଣେ ହୋଇଥିବେଳେ ରାଇକିଆ ଥାନାବାବୁ ନାଗାର୍ଜୁନ କୁ ଥାନାକୁ ନେଇ ନାମକୁ ମାତ୍ର କେସଟିଏ ରୁଜୁ କରି ଗିରଫ ନକରି ଛାଡ଼ି ଦେଇଥିବା ଅଭିଯୋଗ କରି ଗ୍ରାମବାସୀ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏଥିରେ ସେମାନେ ନାଗାର୍ଜୁନ ଥାନାବାବୁ ଙ୍କ ଛତ୍ର ଛାୟା ତଳେ ରହି ନାନା ପ୍ରକାର ଅନୈତିକ କାର୍ଯ୍ୟ କରୁଥିବା ଅଭିଯୋଗ ଉଲ୍ଲେଖ କରିଛନ୍ତି । ଏପରିକି ଏ ଏସ ଆଇ ସୁନୀଲ କୁମାର ବେହେରା ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ କରିଛନ୍ତି । ପରେ ଥାନା ଅଧିକାରୀ ଚିହ୍ନଟ ନାଗାର୍ଜୁନ ସ୍ଥାନୀୟ ଅଞ୍ଚଳରୁ ବଟି ଆଦାୟ କରିବା ସହ ତାର ଥାନା ବାବୁ ମାନେ ଅଛନ୍ତି ତାକୁ କେହି କିଛି କରିପାରିବେ ନାହିଁ ବୋଲି କହୁ ଥିବାରୁ ଅନ୍ୟ ଉପାୟ ନପାଇ ଗ୍ରାମବାସୀ ଆରକ୍ଷୀ ଅଧିକ୍ଷକ ଙ୍କ ସହାୟତା ଲୋଡି ସେମାନଙ୍କ ଅଞ୍ଚଳ ରୁ ଚୋର ମାନଙ୍କୁ ଧରିବା ନିମନ୍ତେ ଅନୁରୋଧ କରିଥିବା ଦର୍ଶାଇଛନ୍ତି।ଏସଂକ୍ରାନ୍ତରେ ରାଇକିଆ ଥାନା ଆଇଆଇସି କିମ୍ବା କନ୍ଧମାଳ ଏସ ପି ଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରି ନାହିଁ ।

Leave a Reply

Your email address will not be published. Required fields are marked *