!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍.!!!

ଏଥର ସମ୍ଭାଳ (ଗଞ୍ଜାମ) – ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ଟାଟାଷ୍ଟିଲ ଗ୍ରାମୀଣ ଉନ୍ନୟନ ସଂସ୍ଥା ଗୋପାଳପୁର ୟୁନିଟ୍ ଏବଂ ବେଗୁନିଆପଡ଼ା ବ୍ଲକ କର୍ତ୍ତୁପକ୍ଷ ଙ୍କ ମିଳିତ ଆନୁକୁଲ୍ୟରେ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ସହଯୋଗରେ ଏକ ମାଗଣା ପରଳ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଜୟ କୁମାର ଦୋରା, ବ୍ଲକ ଅଧ୍ୟକ୍ଷ କେ. ରାଜଲକ୍ଷ୍ମୀ ଦୋରା ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଏଥିରେ ସମୁଦାୟ ୧୪୯ ଜଣ ରୋଗୀ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୬ ଜଣ ଙ୍କୁ ମାଗଣାରେ ଚଷମା ଦିଆଯାଇଥିଲା ଏବଂ ୩୨ ଜଣ ଙ୍କୁ ଅପରେସନ ପାଇଁ ନିଆଯାଇଥିଲା । ନଳିନୀକାନ୍ତ ରାଉତ, ସାଗର ମହାନ୍ତି, ସୁଶ୍ରୀ ଶିବାନୀ, ଶ୍ରୀ ମୁଖୀ, ଟାଟା ଷ୍ଟିଲ ର ସି ଏସ୍ ଆର ନରସିଂହ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ଶିବିର ପରିଚାଳନା କରିବା ସହ ଚକ୍ଷୁ ପରୀକ୍ଷା କରାଇବାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here