ମୁକ୍ତିଲାଭ ଅପେକ୍ଷା ରେ କ୍ଷୁଦ୍ର ଚଳଚିତ୍ର ସଂଘର୍ଷ ; ଗୁଣପୁର ର ଛାତ୍ର ଛାତ୍ରୀ ଦେଖାଇଲେ କମାଲ ।
!!! ଗୁଣପୁର ରୁ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – ଏକ ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ କୁ ନେଇ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ପ୍ରସ୍ତୁତ ହୋଇଯାଇଛି କ୍ଷୁଦ୍ର ଚଳଚିତ୍ର “ସଂଘର୍ଷ” ।ଏହି ଚଳଚିତ୍ର ଟି ଆସନ୍ତା ୨୬ ତାରିଖ ଦିନ ମୁକ୍ତିଲାଭ କରିବାକୁ ଯାଉଛି ଚଳଚିତ୍ର ଟି ଗୁଣପୁର ଏବଂ ଗୁଣପୁର ଆଖ ପାଖ ଅଞ୍ଚଳ ରେ ସୁଟିଂ କରାଯାଇଛି । ଚଳଚିତ୍ର ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ଯୁବ ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାଶ ଉଠାଇଥିବା ବେଳେ ନିଜ ପକେଟ ଖର୍ଚ୍ଚ ରୁ ସ୍ଵଳ୍ପ ବହୁତ ସଞ୍ଚୟ କରି ଏହାର ପ୍ରଯୋଜନା ଭାର ଉଠାଇଛନ୍ତି ଆଶୁତୋଷ ସେନାପତି ଏବଂ ତାଙ୍କ ସହଯୋଗୀ ଛାତ୍ର ମାନେ । ଏଥିରେ ଅଭିନେତା ଭାବେ ଆଶୁତୋଷ ସେନାପତି , ଅଭିନେତ୍ରୀ ଭାବେ ମାନିନୀ ପାତ୍ର , ମୁଖ୍ୟ ଖଳନାୟକ ଭାବେ ଆକାଶ ପାତ୍ର ରହିଥିବା ବେଳେ ସହ ଅଭିନେତା ଭୂମିକା ରେ ରହିଛନ୍ତି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ ଶତପଥୀ ଓ ଜଗନ୍ନାଥ ତ୍ରିପାଠୀ । ଏଥିରେ ଶିଶୁ କଳାକାର ଭାବେ ଗୌରବ ଓ ସାଗରିକା ନିଜ ଅଭିନୟ ର ଯାଦୁ ଦେଖେଇଛନ୍ତି । ଏହି ପ୍ରତିଭାବାନ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇଦିଆଗଲେ ଆଗାମୀ ଦିନ ରାଜ୍ୟ ଦରବାର ରେ ସେମାନେ ଗୁଣପୁର ଓ ରାୟଗଡ ଜିଲ୍ଲା ର ନାମ ରଖିବେ ବୋଲି ଯୁବ ନିର୍ଦ୍ଧେଶକ ଶ୍ରୀ ସିଦ୍ଧାର୍ଥ ଦାଶ ମତବ୍ୟକ୍ତ କରିଛନ୍ତି । ଚଳଚିତ୍ର ଟି ଆଗାମୀ ୨୬ ତାରିଖ ଦିନ ashutosh senapati ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ସୁଚନା ଦେଇଛନ୍ତି ।

