!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଗାୟତ୍ରୀଦେବୀଙ୍କ ଅଧ୍ୟକ୍ଷତାରେ “ଜାତୀୟ ଶିକ୍ଷା ନିତୀ ଖଷଡା-୨୦୧୯” ଶିର୍ଷକରେ ଏକ ଜାତୀୟସ୍ତରର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଡ.ସ୍ନେହ ପ୍ରଭା ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ଡ.ଜିତେନ୍ଦ୍ରନାଥ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ଆମନ୍ତ୍ରିତ ଅତିଥି ଅବସର ପ୍ରାପ୍ତ ପ୍ରଧ୍ୟାପକ ଡ.ରଂଜିତ କୁମାର ପତି ଜାତୀୟ ଶିକ୍ଷାନିତୀ ଖଷଡା ଓ ତାର ଉକ୍ରର୍ଷତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ନୂଆଦିଲ୍ଲୀ ସ୍ଥିତ ଜବହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ସମାଜ ଶାସ୍ତ୍ର ବିଭାଗର ସହାୟକ ପ୍ରଧ୍ୟାପକ ପ୍ରଦୀପ କୁମାର ଚୌଧୁରୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଯୋଗଦେଇ ଜାତୀୟ ଶିକ୍ଷାନିତୀର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ । ସେହିପରି ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଶିକ୍ଷାନିତି ଉପରେ ରହିଥିବା ଆଭିମୁଖ୍ୟ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ପ୍ରଧ୍ୟାପକ ଡ.ପ୍ରଜ୍ଞା ପାଣି, ଡ.ବିଘ୍ନେଶ୍ୱର ମିଶ୍ର, ଡ. ସନ୍ଦୀପନ ବାନାର୍ଜୀ, ଅଧ୍ୟାପକ ବୈ÷ଲଚନ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିବାବେଳେ ଆଲୋଚନା ଚକ୍ରକୁ ଡ. ଭଜମନ ବେହେରା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଡ.ଚନ୍ଦ୍ର ଶେଖର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here