!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲାରେ ଭାରତ ବନ୍ଦ ସମ୍ପୁର୍ଣ୍ଣ ସଫଳ ହୋଇଛି । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା କାଶୀନଗର,ଗୁମ୍ମା,ରାୟଗଡ,ନୁଆଗଡ,ଗୋଷାଣୀ,ମୋହନା,ଆର.ଉଦୟଗିରିରେ ବନ୍ଦ ସମ୍ପୁର୍ଣ୍ଣ ସଫଳଥିଲା । ସରକାରୀ ଓ ବେସରକାରୀ ଅଫିସ,ବ୍ୟାଙ୍କ,ଡାକଘର,ସରକାରୀ ଓ ବେସରକାରୀ ବସ ଚଳାଚଳ,ଦୋକାନ ବଜାର,ସିନେମା ହଲ,ପେଟ୍ରୋଲ ପମ୍ପ ଆଦି ସବୁକିଛି ବନ୍ଦ ରହିଥିଲା । ସରକାରୀ ଘୋଷଣା ଅନୁଯାଇ ସମସ୍ତ ସ୍କୁଲ କଲେଜ ବନ୍ଦ ଥିଲା । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ସିପିଆଇ,ସିପିଏମ୍‌,ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ଓ ଗଜପତି ଜିଲ୍ଲା ମୋଟର ୱାର୍କରସ ଆସୋସିଏସନ ତରଫରୁ ବନ୍ଦ ପାଳନ, ପିକେଟିଂ, ଶୋଭାଯାତ୍ରା ଆଦି କରାଯାଇଥିଲା । ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ଓ ବନ୍ଦପାଳନ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ପୋଲିସ ୧୨ଜଣଙ୍କୁ ସେଠାରୁ ଉଠାଇ ନେଇଥିଲା । ମୋଟାମୋଟି ଭାବେ ଦେଖିବାକୁ ଗଲେ ଗଜପତିରେ ବନ୍ଦ ପାଳନ ସମ୍ପୁର୍ଣ୍ଣ ସଫଳ ଥିଲା ।

LEAVE A REPLY

Please enter your comment!
Please enter your name here