!!! ରାୟଗଡ଼ା ଜିଲ୍ଲା ରୁ ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଗୁଣପୁର) – କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ମିଳିତ ମଞ୍ଚର ଦେଶବ୍ୟାପି ଧର୍ମଘଟ। ବେକାରୀ, ବେରୋଜଗାରୀ, ଶ୍ରମ ଆଇନ କୋଅର୍ଡିଫିକେସନ, ଘରୋଇକରଣ ଆଦି ପ୍ରତିବାଦରେ ୧୨ଦଫା ଦାବିରେ ୨୪ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଏହାସହ ସର୍ବନିମ୍ନ ବେତନ ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବି ମଧ୍ୟ ରହିଛି। ଦେଶରେ ଦେଖାଯାଇଥିବା ଉତ୍କଟ ଆର୍ଥିକ ମାନ୍ଦାବସ୍ଥା ଓ ଏହାର ପ୍ରଭାବ ନେଇ ଧର୍ମଘଟ ଡାକରା ଦିଆଯାଇଥିବା କୁହାଯାଉଛି।
ଏହି କ୍ରମରେ ଆଜି ରାୟଗଡା ଜିଲ୍ଲାର AICCTU ର କର୍ମ କର୍ତା CPIMl ଲିବେରସନ ର କର୍ମୀ ମାନେ ଗୁଣପୁର ଠାରେ ତିରୁପତି ଗମାଙ୍ଗଙ୍କ ନେତୃତ୍ବରେ ରାସ୍ତା ରୋକ କରିଥିଲେ।୧୨ ଦଫା ଦାବି ନେଇ ଧର୍ମଘଟ ଓ ହଡ଼ତାଲ କରାଯାଇଥିଲା।ଏଥିରେ ବହୁ ପାଚିକା ସାହାୟକା,ସିପିଆଇ ଏମଲ ସଦଶ୍ୟ ମାନେ ଯୋଗ ଦେଇଥିଲେ। ସ୍ଥାନୀୟ ଓଭର ବ୍ରିଜ ଓ ବାଇପାସ ରୋଡ଼ ଠାରେ ଟାୟାର ରେ ନିଆଁ ଲଗାଇ ରାସ୍ତା ରୋକ କରିଥିଲେ।ଫଳରେ ଗୁଣପୁର ରୁ ରାୟଗଡା,କୋରାପୁଟ,ଗଜପତି, ଗଞ୍ଜାମକୁ ବସ ଚଳାଚଳ ବାଧା ପ୍ରାପ୍ତ ହୋଇଛି ।
ପରେ cpiml କର୍ମ କର୍ତା ମାନେ କେନ୍ଦ୍ର ବିରୋଧୀ ସ୍ଲାଗାନ ଦେଇ ସହର ପରିକ୍ରମା କରିଥିଲେ।ପରେ ଗୁଣପୁର ରେଲୱେ ଷ୍ଟେସେନ ଠାରେ ରେଳ ରୋକ କରି କିଛି ସମୟ ପରେ ଛାଡ଼ି ଦେଇଥିଲେ । ତେବେ ବନ୍ଦ ଡାକରା କୁ ଦୃଷ୍ଟି କୁ ଆଖିରେ ରଖି ଗୁଣପୁର ପୋଲିସ ତରଫରୁ ତୀକ୍ଷଣ ଦୃଷ୍ଟି ରଖିଥିବା ଦେଖିବାକୁ ମିଳିଥିଲା ।