୮ମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ ୨୯ ରୁ ୩୧ ତାରିଖ..!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାର ଐତିହ୍ୟ , ସଂସ୍କୃତି ଏବଂ ବିଶେଷ କରି ମଞ୍ଚ ନାଟକର ପୁନରୁଦ୍ଧାର ,ପ୍ରଚାର ଉଦ୍ଦେଶ୍ୟ ରେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ୨୯-୧୨-୨୦୧୯ ତାରିଖ ଠାରୁ ୩୧-୧୨-୨୦୧୯ ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି “କ୍ରିଏଟିଭ ଆର୍ଟସ “ପାରଳାଖେମୁଣ୍ଡି ପକ୍ଷରୁ ଅଷ୍ଟମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ ଆୟୋଜନ କରିବାକୁ ଯାଉଛି । ରାଜନହର ସମ୍ମୁଖ ଅର୍ବାନ ବ୍ୟାଙ୍କ ପଡିଆଠାରେ ହେବାକୁ ଥିବା ଏହି ନାଟକ ମହୋତ୍ସବ ତିନିରେ ଚାରୋଟି ନାଟକ ମଞ୍ଚସ୍ଥ ହେବ ।

ପ୍ରଥମ ରଜନୀରେ ବ୍ରହ୍ମପୁରର ଶାଶ୍ୱତି ଅନୁଷ୍ଠାନର “ବର୍ଷା ଘର” ନାଟକ ମଞ୍ଚସ୍ଥ ହେବାକୁ ଥିବା ବେଳେ ଦ୍ବିତୀୟ ରଜନୀରେ ଭୁବନେଶ୍ବରର ପଞ୍ଚଧ୍ୱନୀ ନାଟ୍ୟ ପରିଷଦର “ହେ ସ୍ରଷ୍ଟା” ଏବଂ ତୃତୀୟ ରଜନୀରେ ଦୁଇଟି ନାଟକ ରାୟଗଡ଼ାର ରୟାଲ୍ ଚାଲେଞ୍ଜରର୍ସ କଲ୍ ଚୁରାଲ ଏସୋସିଆନ୍ ର “ଭଗ୍ନାଂଶ” ଏବଂ ପାରଳାଖେମୁଣ୍ଡି କ୍ରିଏଟିଭ ଆର୍ଟସ ର ” ମିଟି କ ରିସ୍ତା ” ନାଟକ ମଞ୍ଚସ୍ଥ ହେବ ବୋଲି ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *