ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆର୍ମସ ଆକ୍ଟରେ ସଂଶୋଧନ ଆଣିଲେ କେନ୍ଦ୍ର ସରକାର | କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶହ ଆଣିଥିବା ସଂଶୋଧନ ଅନୁଯାୟୀ ଜଣେ ବ୍ୟକ୍ତି କେବଳ ଦୁଇଟି ଲାଇସେନ୍ସ ରଖିପାରିବେ | ଖେଳାଳି ମାନଙ୍କ ପାଇଁ ଲାଇସେନ୍ସରେ କୋହଳ କଲେ କେନ୍ଦ୍ର ସରକାର | ସେନା ଓ ସେନା ନିବୃତ୍ତଙ୍କ ପାଇଁ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନାହିଁ | ଟାସ୍କରୀ ବା ଅସ୍ତ୍ର ଚୋରାକାରବାର କରୁଥିବା ବ୍ୟକ୍ତିକୁ ଆଜୀବନ କାରାଦଣ୍ଡ | ସେହିପରି ପ୍ରତିବନ୍ଧିତ ଅସ୍ତ୍ର ରଖିବା ଲୋକକୁ ୭ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଅବୈଧ ହତିଆର ନିର୍ମାଣ କଲେ, ପ୍ରତିବନ୍ଧିତ ସଂଗଠନକୁ ହତିଆର ଯୋଗାଇଲେ, ପୋଲିସ ଠାରୁ ଛଡାଇଥିବା ହାତୀୟାର ଧରା ପଡିଲେ, ବେଆଇନ ହତିୟାର ରଖିଲେ ଆଜୀବନ କାରାଦଣ୍ଡ | ବିଭିନ୍ନ ଅବସରରେ ନିଜ ପତିଆରା ଜାହିର କରିବା ପାଇଁ କରାଯାଉଥିବା ହର୍ଷ ଫାୟାରିଂ କ୍ଷେତ୍ରରେ ସରକାର ହୋଇଛନ୍ତି କଠୋର | ସେମାନଙ୍କୁ ବି ଜେଲର ପବନ ଖାଇବାକୁ ପଡିବ |