ପିଲାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ନିମନ୍ତେ ନାଲକୋ ପକ୍ଷରୁ ହାତଧୁଆ ସମାଗ୍ରୀ ବଣ୍ଟନ…!

!!! କନ୍ଧମାଳ ଜିଲ୍ଲା ରୁ ଫୁଲବାଣୀ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନେଡିପଦର ବାଳିକା ଉଚ୍ଚ ବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ମନରେ ସ୍ୟାସ୍ଥ୍ୟ ସଚେ ତନା ଜାଗ୍ରତ କରାଇବା ପାଇଁ ଚାର୍ମ ର ସଭାପତି ଶ୍ରୀ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ତରଫରୁ ନାଲକୋ ଫାଉଣ୍ଡେସନ କାର୍ଯ୍ୟକ୍ରମ ଆୟୋଜିତ ହେଇ ଯାଇଛି। ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ.ଏଲ.ଏ. ଶ୍ରୀଯୁକ୍ତ ଅଙ୍ଗଦ କହଁର ସମ୍ମାନିତ ଅତିଥି ଭାବେ ଖଜୁରୀପଡା ବ୍ଲକ ଅଧକ୍ଷ ଶ୍ରୀ ବୀରେନ୍ଦ୍ର କହଁର, ଜିଲ୍ଲାପରିଷଦ ଅଧକ୍ଷା ଶ୍ରୀମତୀ ଜୁଲିଲତା ଲେଙ୍କା, ଫିରିଙ୍ଗିଆ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଜୟଶ୍ରୀ କହଁର,ଫିରିଙ୍ଗିଆ ବ୍ଲକ ଅଧକ୍ଷ ଲଲହନ ପ୍ରଧାନ, ସାରଥୀ ମାଲିକ, ବିଷ୍ଣୁ ଚରଣ ମଳିକ, ଅଲେଖ ଦାଶ, ନେଡିପଦର ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀ ଏବଂ ୱ.ଇ.ଓ ରବୀନ୍ଦ୍ର ସାର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟ କ୍ରମରେ ଚାର୍ମ ର ସଭାପତି ଏବଂ ଅତିଥି ମାନଙ୍କ ଦ୍ଵାରା ନେଡିପଦର ବିଦ୍ୟାଳୟ ର ୪୩୧ ଜଣ ଛାତ୍ରୀ ଙ୍କୁ ନାଲକୋ ପକ୍ଷରୁ ହେଣ୍ଡୱାସ, ସାବୁନ, ସାମ୍ପ ପ୍ରଦାନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *