ଲଭ୍, ସେକ୍ସ ଓ ଧୋକାରେ ଫସିଗଲେ ଡାକ୍ତରାଣୀ; ଧୋକାବାଜ ପ୍ରେମିକ ସରକାରୀ କର୍ମଚାରୀ !

!!! କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡା) – ଲଭ୍, ସେକ୍ସ ଓ ଧୋକା ଜାଲରେ ପଡ଼ିଛନ୍ତି ଜଣେ ଡାକ୍ତରାଣୀ। ଏପରି ଅଭିଯୋଗ ଆସିଛି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜରଙ୍କ ନାଁରେ। ଏନେଇ ଥାନାରେ ଅଭିଯୋଗ ହେବା ସତ୍ତ୍ୱେ ପୁଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କେବଳ ଏଫ୍‌ଆଇଆଇ ଧରି ନିରବଦ୍ରଷ୍ଟା ସାଜିଛି ପୁଲିସ।

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ଅଫିସର(ବିପିଓ) ଅମୂଲ୍ୟ କୁମାର ପାଣିଗ୍ରାହୀ ଜଣେ ଆୟୁଷ ଡାକ୍ତରାଣୀଙ୍କୁ ଭଲ ପାଉଥିଲେ। କଥାବାର୍ତ୍ତା ପରେ ଉଭୟ ପରସ୍ପରର ନିକଟତର ହୋଇଥିଲେ। ଏପରିକି ମେଡିକାଲ୍‌ ସମସ୍ତ କାର୍ଯ୍ୟକ୍ରମରେ ଦୁଇ ଜଣଙ୍କୁ ଦେଖିବାକୁ ମିଳୁଥିଲେ। ଏହାର ସୁଯୋଗ ନେଇ ଡାକ୍ତରାଣୀଙ୍କ ସହିତ ବିପିଓ ଶାରୀରିକ ସମ୍ପର୍କ ରଖିଥିଲେ। ୨୦୧୭ରୁ ଉଭୟ ପରସ୍ପରକୁ ଭଲ ପାଉଥିଲେ।

ତେବେ ଗତ କିଛି ଦିନ ହେବ ବିପିଓ ଶ୍ରୀ ପାଣିଗ୍ରାହୀ ଆୟୂଷ ଡାକ୍ତରାଣୀଙ୍କଠାରୁ ଦୂରାଇ ଯାଉଥିଲେ। ଏ ସମ୍ପର୍କରେ ଡାକ୍ତରାଣୀ ଜାଣିପାରି ବିବାହ କରିବାକୁ ଜିଦ୍‌ ଧରିଥିଲେ। ମାତ୍ର ଶ୍ରୀ ପାଣିଗ୍ରାହୀ ତାଙ୍କ କଥାକୁ ଏଡାଇ ଚାଲିଥିଲେ। ତେବେ ବାଧ୍ୟ କରିବାରୁ ତୁମେ ଛୋଟ ଜାତିରେ ହୋଇଥିବାରୁ ବାହା ହେବା ସମ୍ଭବପର ନୁହେଁ ବୋଲି ଶ୍ରୀ ପାଣିଗ୍ରାହୀ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଯେତେବେଳେ କଥା ଉଗ୍ରରୂପ ଧାରଣ କରିଥିଲା, ସେତେବେଳେ ଶ୍ରୀ ପାଣିଗ୍ରାହୀ ବିବାହ କରିବାକୁ ରାଜି ହୋଇଥିଲେ। ଏପରିକି ଏକ ପ୍ଲେନ୍‌ ପେପରରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

ତେବେ ୧୬ ତାରିଖରୁ ଶ୍ରୀ ପାଣିଗ୍ରାହୀ କେଉଁଆଡ଼େ ଫେରାର ହୋଇଯାଇଥିଲେ। ତାଙ୍କ ମୋବାଇଲ୍‌ ବନ୍ଦ କରିଦେଇଥିଲେ।  ଚାରିଆଡ଼େ ଖୋଜି ନିରାଶ ହେବା ପରେ ଡାକ୍ତରାଣୀ ଗତ ୧୭ ତାରିଖରେ ଏନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ୫ ଦିନ ବିତିଗଲାଣି। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।

ପୁଲିସଠାରୁ ନିରାଶ ହେବା ପରେ ଡାକ୍ତରାଣୀ ଏନେଇ ଗଣମାଧ୍ୟମର ଆଶ୍ରୟ ନେଇଛନ୍ତି। ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।  

Leave a Reply

Your email address will not be published. Required fields are marked *