ବିଜୁ ଯୁବ ବାହିନୀ ଓ ଆମ ପୋଲିସ ସମିତି ର ମିଳିତ ଆନୁକୁଲ୍ୟ ରେ ସଡ଼କ ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ” ରକ୍ଷକ ” ଅନୁଷ୍ଠିତ !
!!! କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରତିନିଧି ମିଲନ୍ କହଁର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବାଲିଗୁଡା) – କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତ ତରଫରୁ ସଡ଼କ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ।ଏହି ଅବସର ରେ ଆୟୋଜିତ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ରେ ଜନସାଧାରଣ ଗାଡ଼ି ଚଳାଇବା ବେଳେ ହେଲମେଟ ବ୍ୟବହାର କରିବା, ସବୁ ସମୟରେ ଗାଡ଼ିର କାଗଜ ପତ୍ର ସର୍ବଦା ନିଜ ପାଖରେ ରଖିବା ସହ ଜନସାଧାରଣଙ୍କୁ ରାସ୍ତା ର ଦୁଇ ପାଖ ଦେଖି ସାରି ଠିକ ଭାବରେ ଚାଲିବା ଓ ରାସ୍ତା ପାର କରିବା ଏବଂ ଯଦି କୌଣସି ଜାଗାରେ ଦୁର୍ଘଟଣା ହୁଏ ସଙ୍ଗେ ସଙ୍ଗେ ମେଡିକାଲକୁ ନେଇ ସହଯୋଗ କରିବା ନେଇ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା, ବାରଖମା ର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହ ବିଜୁ ଯୁବ ବାହିନୀର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ ।

