ବଲସକୁମ୍ପା ଠାରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବିକାଶ ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ବଲସକୁମ୍ପା ଠାରେ ଆଜି ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବରେ ଖଜୁରୀପଡ଼ା ସମିତି ଅଧ୍ୟକ୍ଷା ଶ୍ରୀମତୀ ସୌଦାମିନୀ କହଁର ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଆମ ପୋଲିସ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବରେ ଖଜୁରୀପଡ଼ା ବିଜେପି ସଭାପତି ଶ୍ରୀଯୁକ୍ତ ଅନନ୍ତ ଦିଗାଲ, ବଲସକୁମ୍ପା ସରପଞ୍ଚ ଅଜୟ କୁମାର ମଳିକ ସମିତିସଭ୍ୟ ସରୋଜ କୁମାର ସାହାଣୀ, ଦୁତିପଡ଼ା ସରପଞ୍ଚ ଭାନୁପ୍ରିୟା ଯାନୀ , ଦଳପଡ଼ା ସରପଞ୍ଚ ରଞ୍ଜନ କୁମାର କହଁର ସମିତିସଭ୍ୟ ଅନନ୍ଦେଶ୍ବର ମଳିକ ଯୋଗଦେଇ ଅଭିଭାଷଣ ମାଧ୍ୟମରେ ଜନସାଧାରଣଙ୍କୁ ମୋ ସରକାର କାର୍ଯ୍ୟକ୍ରମ ବିଷୟରେ ଜଣେଇ ଜନସାଧାରଣ ଙ୍କ ସମସ୍ୟା କିଭଳି ସହଜରେ ସମାଧାନ ହେଇପାରିବ ସେ ବିଷୟରେ ପୋଲିସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଏହିଅଞ୍ଚଳ ଥାନା ଠାରୁ ବିଶେଷ ଦୂରରେ ହୋଇଥିବାରୁ ବିଜେପି ସଭାପତି ଅନନ୍ତ ଦିଗାଲ ବଲସକୁମ୍ପା ଠାରେ ଏକ ପୋଲିସ ଫାଣ୍ଡି ଖୋଲିବା ପାଇଁ ଅନୁରୋଧ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମା ବରଳାଦେବୀ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପ୍ରଧାନ ,ନଟବର ନାୟକ, ଉଦ୍ଧବ ବିଶୋଇ, ଦିଲୀପ କୁମାର ଦଳବେହେରା, ଏବଂ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି ର ମହିଳାମାନେ ଯୋଗଦେଇଥିଲେ। ଶେଷରେ ବଲସକୁମ୍ପା ଏବଂ ଚନ୍ଦୁରପଦର ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ଏସ ଆଇ ଗୀତାଞ୍ଜଳି ପ୍ରଧାନ ଏବଂ ଖଜୁରୀପଡ଼ା ଥାନା ର ବହୁ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *