ଏଥର ସମ୍ଭାଳ (ଗୁଣପୁର) – ପୂଜ୍ୟ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଙ୍କ ବର୍ଷ ବ୍ୟାପି ପାଳନ ଚାଲିଥିବା ୧୫୦ ତମ ଜୟନ୍ତୀ ପରିପ୍ରେକ୍ଷୀ ରେ ଆୟୋଜନ କରାଯାଇଥିବା ମାଥିଲି ଠାରୁ ଯାଜପୁର ର ବାଲିପଡିଆ ପର୍ଯ୍ୟନ୍ତ ଶାନ୍ତି – ସଦଭାବନା ଯାତ୍ରା ଗୁଣପୁର ଠାରେ ପହଞ୍ଚି ଅଛି । ଆଜିର ସଦଭାବନା ଯାତ୍ରା କୁ ଗୁଣପୁର ଠାରେ ଓଡିଶା ସର୍ବୋଦୟ ସମାଜ ଓ ସେବା ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି ।ଏହି ଅବସରରେ ଗୁଣପୁର ପୁରୁଣା ବାସ ଷ୍ଟାଣ୍ଡ ଠରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉତ୍କଳ ଗାନ୍ଧୀ ସ୍ମାରକୀ ନିଧି ର ଅଧକ୍ଷା ତଥା ନେତ୍ରୀ କ୍ରୀଷ୍ଣା ମହାନ୍ତି , ସ୍ଵାଧୀନତା ସଂଗ୍ରାମୀ ନିଶାକର ଦାଶ , ରାଷ୍ଟ୍ରୀୟ ଯୁବା ସଂଘ ର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ବିଶ୍ବଜିତ ରାୟ , ରାଷ୍ଟ୍ରୀୟ ଯୁବା ସଂଘ ର ରାଷ୍ଟ୍ରୀୟ ସଦସ୍ୟ ରଞ୍ଜିତ ଦେହୁରୀ ଓ ସେବା ସମାଜ ର ସମ୍ପାଦିକା ସୁଶ୍ରୀ ରାଜେଶ୍ୱରି ଦଳେଇ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ରହିଥିଲେ । ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ମଞ୍ଚ ନିକଟରେ ଥିବା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଅତିଥିମାନେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥି ବୃନ୍ଦ ଗାନ୍ଧୀ ଙ୍କ ସ୍ମୃତି ଚାରଣ କରିବା ସହ ସଦ ଭାବନା ଯାତ୍ରା ର ବିଶେଷତ୍ୱ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଗୁଣପୁର ର ଆଇନଜୀବି ତଥା ସମାଜସେବୀ ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here