ନୂଆପଡା ଠାରେ ରେ ଜିଲସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ଜିଲ୍ଲା ସଦରମହକୁମାସ୍ଥିତ ସଦଭାବନା ସଭାଗୃହଠାରେ ଜିଲାପାଳ ଙ୍କ ଅଭିଯୋଗ ଶୁଣାଣୀ ସମ୍ପନ୍ନ ହୋଇଯାଇଛି । ଦଶହରା ଅବକାସ ପରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ ଶିବିରରେ ସବୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ମଧୁସ୍ମିତା ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନିଲ କୁମାର ଆଚାର୍ଯ୍ୟ, ଉପଜିଲ୍ଲାପାଳ ତରଣିସେନ ନାଏକ, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଅର୍ଥ) ମଧୁଛନ୍ଦା ସାହୁ,ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଜ୍ୟୋସ୍ନାରାଣୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଆଜି ର ଏହି ଅଭିଯୋଗ ଶୁଣାଣୀ ଶିବିର କୁ କିନ୍ତୁ ଅନ୍ୟଦିନ ତୁଳନାରେ ବହୁତ କମ ଲୋକ ଅଭିଯୋଗ କରିବାକୁ ଆସିଥିଲେ । ନୂଆପଡା ସହର ମଧ୍ୟଦେଇ ଯାଇ ଥିବା ଜାତୀୟ ରାଜ ପଥ ୩୫୩ ନିମିତ୍ତ ରାସ୍ତା ଚଉଡା କରିବା ପାଇଁ ନୂଆପଡା ମୁଖ୍ୟ ଡାକ ଘର ଠାରେ ଯେଉଁ ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଥିଲା ବର୍ଷାଧିକାଳ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଥଇଥାନ କରାଯାଇନଥିବାରୁ ସେହି ଦୋକାନୀମାନେ ଓ ତାଙ୍କର ପରିବାର ବର୍ଗ ଆଜି ଜିଲ୍ଲାପାଳ ଙ୍କୁ ଭେଟି ନିଜର ଅଭିଯୋଗ ପ୍ରଦାନ କରିଥିଲେ । ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନୂତନ ଦୋକାନ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ଏଯାବତ ହସ୍ତାନ୍ତର କାରାନଜିବା ସମ୍ପର୍କରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୯ଜଣ ଦୋକାନୀ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ୬ଟି ଦୋକାନ ଗୃହ ନିର୍ମାଣ ହୋଇଥିବାରୁ ବର୍ତ୍ତମାନ ସମୟରେ ଲଟେରୀ ମାଧ୍ୟମରେ ୬ଜଣ ଙ୍କୁ ଦୋକାନ ଗୃହ ଆବଣ୍ଟନ କରାଯିବ କିମ୍ବା ଆଉ ୩ଟି ଦୋକାନ ଗୃହ ନିର୍ମାଣ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଜିଲ୍ଲାପାଳ କହିଥିଲେ । ବର୍ଷ ବର୍ଷ ବିତିଯିବାପରେ ମଧ୍ୟ ଜିଲ୍ଲାପ୍ରଶାସନର ଏପରି ଟାଳଟୁଳ ନିତି କୁ କିନ୍ତୁ କ୍ଷତିଗ୍ରସ୍ତ ଦୋକାନୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଫଳରେ ଦୋକାନୀ ମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଶିଘ୍ର ଏହାର ପ୍ରତିକାର ନହେଲେ ଏହି ପୁଞ୍ଜିଭୁତ ଅସନ୍ତୋଷ ଉଗ୍ରରୁପ ନେଇପାରେବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *