Home Breaking news ମୁଖ୍ୟ ମନ୍ତ୍ରୀ ଙ୍କ ପ୍ୟାକେଜ – ୨;ଫୁଲବାଣୀ କୁ ମେଡିକାଲ୍ କଲେଜ୍ ଉପହାର…! Breaking newsମୁଖ୍ୟ ଖବରରାଜ୍ୟ ମୁଖ୍ୟ ମନ୍ତ୍ରୀ ଙ୍କ ପ୍ୟାକେଜ – ୨;ଫୁଲବାଣୀ କୁ ମେଡିକାଲ୍ କଲେଜ୍ ଉପହାର…! By etharasambhala - October 17, 2019 324 0 FacebookTwitterPinterestWhatsApp ଭୁୁବନେଶ୍ୱର: ‘ମୋ ସରକାର’ ଅଭିଯାନ ଦ୍ୱିତୀୟ ଦିନ ଗସ୍ତକାଳର ଅନୁଧ୍ୟାନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଓ ଟିମ୍ ଗସ୍ତ କରିଥିବା ୬ଟି ଜିଲ୍ଲାର ଡାକ୍ତରଖାନାଗୁଡ଼ିକ ପାଇଁ ପ୍ୟାକେଜ୍ ଘୋଷଣା କରାଯାଇଛି । ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠାରେ ଏକ ସରକାରୀ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ଶଯ୍ୟା ସଂଖ୍ୟା ୫୦୦କୁ ବୃଦ୍ଧି ପାଇବା ସହ ଏକ କମ୍ପୋଜିଟ୍ କ୍ୟାମ୍ପସ୍ ନିର୍ମାଣ କରାଯିବ । ଅବିଭକ୍ତ ୧୩ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଫୁଲବାଣୀର ପାଳି ପଡ଼ିଛି । ଅନ୍ୟ ୫ଟି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଏଭଳି । ବୌଦ୍ଧ ଜିଲ୍ଲା ହସ୍ପିଟାଲ୍: ବୌଦ୍ଧର ଜେଲ୍ ଜମିକୁ ମାସକ ଭିତରେ ହସ୍ତାନ୍ତର କରାଯାଇ ସେଠାରେ ୨୦୦ ଶଯ୍ୟା ବିଶିଷ୍ଟ ନୂଆ ଜିଲ୍ଲା ହସ୍ପିଟାଲ୍ ନିର୍ମାଣ ହେବ । ହରଭଙ୍ଗା ବ୍ଲକ୍ ରେ କିଡ଼ନୀ ରୋଗର ଅନୁଧ୍ୟାନ ପାଇଁ ଏକ ଟିମ୍ ସେଠାକୁ ଯିବ । ହସ୍ପିଟାଲ୍ କୁ ଗୋଟିଏ ଆମ୍ବୁଲାନସ୍ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ । ନୟାଗଡ଼ ଜିଲ୍ଲା ହସ୍ପିଟାଲ୍: ହସ୍ପିଟାଲ୍ ର ବେଡ୍ ସଂଖ୍ୟା ୨୫୦ କୁ ବୃଦ୍ଧି କରାଯିବ । ଜିଲ୍ଲା ଡାକ୍ତରଖାନାରେ ୧୦୦ ଶଯ୍ୟା ବିଶିଷ୍ଟ ନୂଆ ଅତିରିକ୍ତ ବିଲଡିଂ ନିର୍ମାଣ କରାଯିବ । ହସ୍ପିଟାଲ୍ କୁ ଦୁଇଟି ଆମ୍ବୁଲାନସ୍ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ । କଳାହାଣ୍ଡି ଜିଲ୍ଲା ହସ୍ପିଟାଲ୍: ଅତିରିକ୍ତ ୧୦୦ ଶଯ୍ୟା ପାଇଁ ନୂଆ ବିଲଡିଂ ନିର୍ମାଣ କରାଯିବ । ହସ୍ପିଟାଲ୍ କୁ ତିନୋଟି ଆମ୍ବୁଲାନସ୍ ଏବଂ ଦୁଇଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ । ରାୟଗଡ଼ା ଜିଲ୍ଲା ହସ୍ପିଟାଲ୍: କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜଳଯୋଗାଣ ବ୍ୟବସ୍ଥା ହେବ ଏବଂ ଷ୍ଟାଫ୍ କ୍ୱାଟର୍ସ ନିର୍ମାଣ କରାଯିବ । ଚାରୋଟି ଆମ୍ବୁଲାନସ୍ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ । ନୂଆପଡ଼ା ଜିଲ୍ଲା ହସ୍ପିଟାଲ୍: ଗୋଟିଏ ଆମ୍ବୁଲାନସ୍ ଏବଂ ଗୋଟିଏ ମହାପ୍ରୟାଣ ଗାଡ଼ି ଦିଆଯିବ । ଏଥିସହ ସବୁ ଜିଲ୍ଲା ଡାକ୍ତରଖାନାରେ ଆଟେଣ୍ଡାଣ୍ଟ୍ ରେଷ୍ଟ ସେଡ୍, ସମସ୍ତ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଅନୁଦାନ ଏବଂ ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ରକ୍ତଦାନ କାର୍ଯ୍ୟକ୍ରମ ପାଇଁ ଏସପିମାନଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ‘ମୋ ସରକାର’ କାର୍ଯ୍ୟକ୍ରମ ଉପରେ ଲୋକଙ୍କଠାରୁ ଅଦ୍ଭୂତପୂର୍ବ ସମର୍ଥନ ମିଳୁଛି ଏବଂ ଏହି କାର୍ଯ୍ୟକ୍ରମ ସବୁ ବିଭାଗରେ ଚାଲୁ କରିବା ପାଇଁ କଥାବାର୍ତ୍ତା କାଳରେ ସମସ୍ତେ ଚାହୁଁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଜନସାଧାରଣଙ୍କ ମତାମତକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ଡିସେମ୍ବର ୧ ସୁଦ୍ଧା ଏହା ଆଉ ୫ଟି ବିଭାଗରେ କାର୍ଯ୍ୟକାରୀ କରାଯିବ ଏବଂ ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମଡ଼େଲ୍ କୁ ଅନ୍ୟମାନେ ଅନୁକରଣ କରିବାକୁ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । RELATED ARTICLESMORE FROM AUTHOR Breaking news ଗୁଣପୁର ରେ କରଣ ସଂଘ ଗଠନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ Breaking news ଅନ୍ବେଷା ହଷ୍ଟେଲ ରେ ଅନ୍ତେବାସୀ ଙ୍କ ଦୋରାତ୍ମ ; ମଙ୍ଗଳ ବିଭାଗର କାର୍ଯ୍ୟ ପ୍ରତି ସାଧାରଣରେ ଅସନ୍ତୋଷ Breaking news ଡମ୍ବସରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ଯ ସମିତି ପକ୍ଷରୁ ଜାତୀୟ କନ୍ୟା ଦିବସ ପାଳିତ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. Latest news zebratest1 – ч. 6 May 10, 2025 ଗୁଣପୁର ରେ କରଣ ସଂଘ ଗଠନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ March 10, 2025 ଅନ୍ବେଷା ହଷ୍ଟେଲ ରେ ଅନ୍ତେବାସୀ ଙ୍କ ଦୋରାତ୍ମ ; ମଙ୍ଗଳ ବିଭାଗର କାର୍ଯ୍ୟ ପ୍ରତି... March 8, 2025 ଡମ୍ବସରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ଯ ସମିତି ପକ୍ଷରୁ... January 18, 2025