!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲାକୁ ଆସିଛି ଇସ୍ରୋର ମୋବାଇଲ ସାଇନ୍ସ ଭେଇକିଲ । ମହାକାଶ ବିଜ୍ଞାନ ସମ୍ବନ୍ଧରେ ଏବଂ ଇସ୍ରୋର ଚନ୍ଦ୍ରଯାନ ଓ ମଙ୍ଗଳଯାନ ଅଭିଯାନ ପରି ଅନେକ ବିଷୟରେ ସଚେତନ କରୁଛି ଏହି ଭେଇକିଲ । ଏଥିରେ ଥିବା ମଡେଲ ସମସ୍ତେ ଦେଖି ଶିକ୍ଷା ଲାଭ କରୁଛନ୍ତି । ଫୁଲବାଣୀରେ ଆଜି(ବୁଧବାର) ଓ ଆସନ୍ତାକାଲି ଦୁଇ ଦିନ କରୋନେସନ ପଡିଆରେ ରହିବ ଏହି ଯାନ । ଜିଲ୍ଲାର ଅନ୍ୟ ସ୍ଥାନକୁ ମଧ୍ୟ ଯିବ। ନେଇ ସୂଚନା ରହିଛି । ଖଜୁରିପଡା ବ୍ଲକ ଅଧକ୍ଷ ବିରେନ୍ଦ୍ର କହଁର ଓ ଫୁଲବାଣୀର ସରକାରୀ ଓକିଲ ବିଜୟ ପଟ୍ଟନାୟକ ଉପସ୍ଥିତ ରହି ମହାକାଶ ସମ୍ବନ୍ଧୀୟ ତଥ୍ୟ ଲୋକଙ୍କୁ ବୁଝାଇଥିଲେ । ଖଜୁରୀପଡା ବ୍ଲକ ରଣପାଟୁଳି ଆଶ୍ରମ ବିଦ୍ୟାଳୟ ରୁ ଗୁରୁ ଶ୍ରୀ ଶୁକମୁନି ନାୟକ ଙ୍କ ପାଖରୁ ଶିକ୍ଷା ଆରମ୍ଭ କରିଥିବା ଶ୍ରୀହରି କୋଟା ର ବୈଜ୍ଞାନିକ ଛାତ୍ର ଶ୍ରୀ ଅଭିମନ୍ୟୁ ମଲ୍ଲିକ କନ୍ଧମାଳ ରେ ତାଙ୍କର ଚନ୍ଦ୍ରଯାନ ର ମିଶନ ବିଷୟରେ କର୍ନେସନ ପଡିଆ ରେ ପ୍ରଦର୍ଶନ କରୁଛନ୍ତି। ଏମିତି ଛାତ୍ର ଙ୍କ ପାଇଁ କନ୍ଧମାଳ ଗର୍ବିତ ବୋଲି ଗୁରୁ ଶ୍ରୀ ଶୁକମୁନି ନାୟକ କହିଛନ୍ତି ଏବଂ ସୁଯୋଗ ପାଇଲେ କନ୍ଧମାଳ ର ଛାତ୍ର ମାନେ ଦେଶ ପାଇଁ ଅନେକ ବଡ କାମ କରି ଦେଖେଇବେ ବୋଲି ବୁଦ୍ଧୀଜିବୀ ମାନେ ମତ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି ପ୍ରୋଜେକଟ ଦେଖିବା ପାଇଁ ପ୍ରବଳ ଭିଡ ଜମୁଛି