!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ବାଲିଗୁଡ଼ା) – କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳର ଲାଲଗଡ଼ କୁହଯାଉଥିବା କଞ୍ଜାଲଗୁ ଘାଟିରୁ ଏକ ଡକାୟତ ଗେଙ୍ଗ କୁ ଗିରଫ୍ କରିବାରେ ସଫଳ ହୋଇଛି। କିଛି ବ୍ୟକ୍ତି ଗତ ୬ ମାସ ଧରି ଉକ୍ତ ଘାଟିରେ ଆତଙ୍କରାଜ ଚଳାଇ ସେହି ରାସ୍ତା ରେ ଯାତାୟତ କରୁଥିବା ଯାତ୍ରୀଙ୍କ ଠାରୁ ମଟର ସାଇକେଲ, ଟଙ୍କା, ସୁନା ଛଡାଇ ନେଇ ମାରପିଟ କରୁଥିବା ଘଟଣା ନେଇ ବାଲିଗୁଡ଼ା ଥାନା ରେ ଅଭିଯୋଗ ହୋଇ ଆସୁଥିଲା। ଲୋକେ ଭୟରେ ଏହି ରାସ୍ତା ଦେଇ ଯାତାୟତ କରିବା ବନ୍ଦ କରିଦେଇଥିଲେ। ଏହି ଡକାୟତ ଦଳ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲେ। ବାଲିଗୁଡ଼ା ପୋଲିସ କନ୍ଧମାଳ ଜିଲ୍ଲା ବାହାର ର ୬ ଜଣ ବ୍ୟକ୍ତି ଙ୍କୁ ଏହି ଘଟଣା ରେ ସମ୍ପୃକ୍ତ ଥିବା ସନ୍ଦେହ କରି ଗିରଫ କରିଛି। ଚଳିତ ମାସ ୬ ତାରିଖ ଦିନ ଖମନଖୋଲ ଅ଼ଞ୍ଚଳର ମାନସ କୁମାର ଦିଗାଲ, ତାଙ୍କ ବାପା ଓ ଶଶୁରଙ୍କ ନେଇ ଏକ ବାଇକ ରେ ଯାଉଥିବା ସମୟରେ ଉକ୍ତ କଞ୍ଜାଲଗୁ ଘାଟି ରେ କିଛି ବ୍ୟକ୍ତି ବାଇକ କୁ ଅଟକାଇ ଭୁଜାଲି, ବାଡ଼ି, ଠେଙ୍ଗା ଦେଖାଇ ଏମାନଙ୍କ ଠାରୁ ମଟର ସାଇକେଲ, ଟଙ୍କା ଓ ମୋବାଇଲ୍ ଛଡାଇ ନେଇ ଯାଇଥିଲେ। ଏନେଇ ମାନସ ବାଲିଗୁଡ଼ା ଥାନା ରେ ଅଭିଯୋଗ ଦେଇଥିଲେ। ଖମନାଖୋଲ ଗ୍ରାମବାସୀ କେତେ ଜଣ ଅଜଣା ଯୁବକଙ୍କୁ ଅଟକାଇ ରଖି ବାଲିଗୁଡ଼ା ଥାନା ରେ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଅଜଣା ବ୍ଯକ୍ତି ଙ୍କୁ ପଚାରି ବୁଝିବା ପରେ ବୌଦ୍ଧ, ସୋନପୁର, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ ଜଣଙ୍କୁ ବାଲିଗୁଡ଼ା ପୋଲିସ ଗିରଫ କରିଛି। ଏମାନଙ୍କ ଠାରୁ ବିଭିନ୍ନ କମ୍ପାନୀ ର ୮ ବାଇକ ଯବତ୍ କରିବା ସହ ୧ ଗୋଟିଏ ଭୁଜାଲି, ୨ ଟି ଛୁରୀ, ୨ ଟି ଠେଙ୍ଗା ଓ ୪ ଟି ମୋବଇଲ୍ ଯବତ୍ କରି ଥାନା କେସ ନମ୍ବର ୧୩୨/୧୯ କ୍ରମେ କେସ ନାମୋଦ କରି ଦଫା – ୩୯୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି।