ସରକାରୀ ସହାୟତା ଅପେକ୍ଷା ରେ ବିକଳାଙ୍ଗ ସୁନିଆ ସୋରି…!
!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମ ର ସ୍ଵର୍ଗତ ପଦ୍ମନ ସୋରି ଙ୍କ ୨୬ ବର୍ଷିଆ ବିକଳାଙ୍ଗ ଝିଅ ସରକାରୀ ସହାୟତା ଅପେକ୍ଷା ରେ। ସୁନିଆ ସୋରି ଙ୍କ ବୟସ ୬ ବର୍ଷ ହୋଇଥବା ବେଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିକଳାଙ୍ଗ ହୋଇପଡିଛନ୍ତି। ଝିଅ ର ଚିକିତ୍ସା ନିମନ୍ତେ ଆର୍ଥିକ ଯୋଗାଡ଼ ପାଇଁ ବାପା ପଦ୍ମନ ଆନ୍ଧ୍ର କୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିଲେ। ସେହି ଦିନ ଠାରୁ ମା ପ୍ରମିଳା ସୁନିଆ ର ସହାଭରସା। ବର୍ତ୍ତମାନ ସୁନିଆ ଙ୍କ ଅବସ୍ଥା ଅତି ଶୋଚନୀୟ ମା ଚାଲି ପାରୁଛନ୍ତି ନା ଠିଆ ହୋଇ ପାରୁଛନ୍ତି। ବିକଳାଙ୍ଗ ଭତ୍ତା ଛଡ଼ା ସୁନିଆ ଙ୍କ ପରିବାରର ଆର୍ଥିକ ସମ୍ବଳ ଅନ୍ୟ କିଛି ନାହିଁ। ସରକାର ଙ୍କ ସହାୟତା ନିମନ୍ତେ ହାତ ପାତିଛନ୍ତି ବିକଳାଙ୍ଗ ସୁନିଆ ଓ ମା ପ୍ରମିଳା ସୋରି।

Leave a Reply

Your email address will not be published. Required fields are marked *