Site icon Ethara Sambhala

ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସପ୍ତାହ ର ଶୁଭାରମ୍ଭ ।

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ସିନାପାଲି) – ଗଣ୍ଡାବାହଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସିନାପାଲି ମଣ୍ଡଳ ତରଫରୁ ଲୋକ ପ୍ରିୟ ପ୍ରଧାନ ମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ର ଶୁଭାରମ୍ଭ କରାଯାଇଛି । ମୋଦି ଜୀ ଙ୍କ ଜନ୍ମ ତିଥି ସେପ୍ଟେମ୍ବର ୧୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ଦିବସକୁ ସେବା ସପ୍ତାହ ଭାବେ ପାଳନ କରିବାକୁ ସ୍ଥିର କରାଯାଇଛି । ଏହି ଅବସରରେ ଚିକିତ୍ସାଳୟ,ବୃଦ୍ଧାଶ୍ରମ,ଅନଥାଶ୍ରମ କୁ ଯାଇ ଲୋକଙ୍କୁ ଫଳ ବଣ୍ଟନ କରିବାର ସହ ରକ୍ତଦାନ ଶିବୀର ଓ ପରିବେଶ ପରିମଳ କରିବା ଭଳି ସେବା କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଯୋଜନା କରାଯାଇଛି । ସେହିପରି ବିଦ୍ୟାର୍ଥୀ ଙ୍କ ମଧ୍ୟରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯିବା ସହ ପଲିଥିନ ବର୍ଜନ ଏବଂ ବୃକ୍ଷ ରୋପଣ ନିମନ୍ତେ ସଚେତନତା କରାଯିବ ବୋଲି ମଣ୍ଡଳ କମିଟି ପକ୍ଷରୁ ସୂଚନା ଦିଆଯାଇଛି।ଗତ ୧୬ ତାରିଖ ଦିନ ନିକଟସ୍ଥ ବିଭିନ୍ନ ଗ୍ରାମରୁ ଆସିଥିବା ଚକ୍ଷୁ ରୋଗୀଙ୍କ ଆଖି ପରୀକ୍ଷା କରାଯାଇ ୫୬ ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରାଯିବା ନିମନ୍ତେ ସ୍ଥିର କରାଯାଇଛି। ଏମାନଙ୍କୁ ବିନା ମୂଲ୍ୟରେ ଭବାନୀପାଟଣା ସ୍ଥିତ ଜଗନ୍ନାଥ ନେତ୍ରାଳୟରେ ଅସ୍ତ୍ରୋପଚାର କରାଯିବା ଯୋଜନା କରାଯାଇଛି । ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ସ୍ଥାନୀୟ ପୂର୍ବତନ ସରପଞ୍ଚ ଚିତ୍ରସେନ ମଝି,ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ , ଡ଼ଃ ଅରିଗଞ୍ଜନ ଯୋଶୀ ଙ୍କ ସମେତ ସୁବ୍ରତ ଠାକୁର ସ ଏବଂ ମହାବୀର ମିଶ୍ର ଉପସ୍ଥିତ ଥିଲେ ।

Exit mobile version