ଅବ୍ୟବସ୍ଥା ଘେରରେ ଗୁଣପୁର ନୂଆ ବସ ଷ୍ଟାଣ୍ଡ ; ପରିମଳ ବ୍ୟବସ୍ଥା ଠପ୍…!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗାଁ ପରିମଳ ଧୋବା ତୁଠରୁ ଭଳି,ଗୁଣପୁର ନୂତନ ବସ ଷ୍ଟାଣ୍ଡ ପରିସରକୁ ଦେଖିଲେ ଯେ କେହି ବୁଝି ପାରିବ ପୋୖର ପରିଷଦର ପରିମଳ ବ୍ୟବସ୍ଥା କେତେ ସ୍ଵଚ୍ଛ ।ଏଠାର ନାଳ ନର୍ଦ୍ଦମାର ଅବସ୍ଥା ନକହିବା ଭଲ ।ପୋୖର ପରିଷଦର କାଉନସିଲ କମିଟି ଭାଙ୍ଗିବା ପରେ ଏଠାକାର ପରିମଳ ବ୍ୟବସ୍ଥା ପ୍ରତି କାହାର ନଜର ନଥିବା ଦେଖା ଦେଇଛି । ବର୍ତ୍ତମାନ ପରିଷଦର ଅଧ୍ଯଷ ଦାୟିତ୍ୱରେ ସ୍ଥାନୀୟ ଉପ-ଜିଲ୍ଲାପାଳ ରହିଥିଲେ ସୁଦ୍ଧା ଏଥିପ୍ରତି ସେ ନଜର ଦେଉନଥିବା ଅଭିଯୋଗ ହେଉଛି । ଯଦି ଉପ-ଜିଲ୍ଲାପାଳ କିଛି ସମୀକ୍ଷା ବୈଠକ କରନ୍ତେ ତେବେ ପୋୖର ପରିଷଦରେ ଚାଲିଥିବା ଅରାଜକତା ରେ କିଛି ସୁଧାର ଆସି ପାରନ୍ତା ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରୁଛନ୍ତି । କାର୍ଯ୍ୟ ରତ ଥିବା ନିର୍ବାହୀ ଅଧିକାରୀ କେବଳ ନୂତନ ପୋୖର ପାଳିକା ଅଞ୍ଚଳ ରାସ୍ତା ଘାଟ ଉନ୍ନତୀ ନାମରେ ପି.ସି ସାଉଁଟିବାରେ ଲାଗିପଡିଛନ୍ତି ବୋଲି ସମାଲୋଚକ ମହଲରେ କଥା ଜୋର ଧରିଛି । ପୋୖର ପରିଷଦର ଗଠନ ଓ ଘୋଷଣା ପରେ ଏଠାରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତି ଦିଆ ଯିବାର ଆବଶ୍ୟକତା ଥିବା ବେଳେ ଦୀର୍ଘ ଦିନହେଲା ଏହାକୁ କାହିଁକି କାର୍ଯ୍ୟକାରୀ କରାଯାଇପାରିନି ବୋଲି ପ୍ରଶ୍ନ ଉଠିଛି । କଥା ଉଠୁଛି ଓଡିଶାରେ ଏକ ସୁସ୍ଥ ସ୍ୱଚ୍ଛ ବାତାବରଣ ଗଠନ ଦିଗରେ ବ୍ରତି ଥିବା ମାନ୍ୟବର ଗୁଣପୁର ବିଧାୟକ ଏଥିପ୍ରତି ବିମୁଖ କାହିଁକି ? ନୂତନ ବସଷ୍ଟାଣ୍ଡ ର ପରିମଳ ଅବ୍ୟବସ୍ଥା ଓ ଅବସ୍ଥା ର ସୁଧାର ଦିଗରେ ଜନ ସଚେତନତା କରିବା ନେଇ ବସମାଲିକ ସଂଘ ଏବଂ ମୋଟର କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ଅଣ୍ଟା ଭିଡୁଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *