ଏଥର ସମ୍ଭାଳ (ଗୁଣପୁର) – ଓଡିଶା ଉଚ୍ଚତମ ନ୍ୟାୟାଳୟ , କଟକ ର ନିର୍ଦ୍ଧେଶ କ୍ରମେ ଆଜି ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ ଘଣ୍ଟା ସମୟ ରେ ଗୁଣପୁର ବ୍ଲକ କାର୍ଯ୍ୟାଳୟ ପରିସର ରେ ଦାୟିତ୍ଵ ରେ ଥିବା ପି.ଇ.ଓ ପତିତ ବିସୋୟି ଙ୍କ ତତ୍ଵାବଧାନ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ବିଚାରପତି ଗୁଣପୁର ଶ୍ରୀ ଅକ୍ଷୟ କୁମାର ପ୍ରଧାନ , ଗୁଣପୁର ଜୁଡିସିଆଲ୍ ପ୍ରଥମ ଶ୍ରେଣୀ ବିଚାର ଅଧିକାରୀ ଶ୍ରୀ ଦୀପଙ୍କର ବଳ , ଗୁଣପୁର ଦୌରା ବିଚାରପତି ଶ୍ରୀ ବିଭୁଦତ୍ତ ନାୟକ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।
ଏହା ପରେ ସ୍ଥାନୀୟ ଜି.ଆଇ.ଇ.ଟି ୟୁନିଭର୍ସିଟି ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ବୃନ୍ଦ ଏବଂ ୟୁନିଭର୍ସିଟି ର ଉପ ସଭାପତି ଶ୍ରୀ ଚନ୍ଦ୍ରଧ୍ୱଜ ପଣ୍ଡା , ଭାଇସ୍ ଚାନ୍ସଲର୍ ଶ୍ରୀ ଗୌତମ ଘୋଷ , ରେଜିସ୍ଟର୍ ଶ୍ରୀ ଏନ.ଭି.ଜେ ରାଓ ଓ ପ୍ରିନ୍ସିପାଲ ଡ଼ଃ ଶ୍ରୀ କେ ସିନ୍ଥିଲ୍ କୁମାର ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁରୂପ ଭାବେ ସ୍ଥାନୀୟ ଜି.ଆଇ.ସି.ଏମ.ଏସ୍ କଲେଜ ଠାରେ ମୁଖ୍ୟ ଅତିଥି ବୃନ୍ଦ ଙ୍କ ସହ କଲେଜ ର ଅଧକ୍ଷ ଶ୍ରୀ ଅକ୍ଷୟ ଦାସ , ଗାୟତ୍ରୀ ଗ୍ରୁପ ଅଫ ଇନଷ୍ଟୁସନ୍ ର ଏ.ଓ ଶ୍ରୀ ପି ଭି କୋଟେସ୍ୱର ରାଓ , ଜିଷ୍ଟ ର ପ୍ରିନ୍ସପାଲ ଡ଼ଃ ଶ୍ରୀ ଦିଲ୍ଲୀପ କୁମାର ଜେନା ଏବଂ ଜି.ଆଇ.ସି.ଏମ.ଏସ୍ ର ପ୍ରିନ୍ସପାଲ ଶ୍ରୀ ଧବଳେଶ୍ବର ପଟ୍ଟନାୟକ ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କରାଯାଇଥିଲା ।
ଆଜି ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ଗୁଣପୁର ବ୍ଲକ ର ରେଗେଡା , ଚିନାସାରୀ , କୁଲୁସିଂ , ପୁଟାସିଂ , ଜଲତାର , ଟଲଣା , ସଗଡା , ଚାଲକମ୍ବା , ଘନାଂତ୍ରି , ଟିଟିମିରି , ଭୀମପୁର ଓ ଡମ୍ବସରା ପଞ୍ଚାୟତ ର ବିଭିନ୍ନ ସ୍ଥାନ ରେ ଅନୁରୂପ ଭାବେ ବୃକ୍ଷ ରୋପଣ କରାଯାଇଥିଲା ।
ବୃକ୍ଷ ରୋପଣ କରିବା ଦ୍ୱାରା ପରିବେଶ କୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଏକ ଅନୁକୁଳ ବାତାବରଣ ସୃଷ୍ଟି କରିବା ରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ମାନେ ଜନ ସାଧାରଣ ଙ୍କୁ ବାର୍ତ୍ତା ଦେଇ ଉତ୍ସାହିତ କରିଥିଲେ ।
ବୃକ୍ଷ ରୋପଣ ନିମନ୍ତେ ଗୁଣପୁର ଉପଖଣ୍ଡ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ର ଚାରା ଗଛ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ ବିଭାଗ ର ଫରେଷ୍ଟ ରେଞ୍ଜର , ଫରେଷ୍ଟ୍ରର୍ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ ।