!!! ରାୟଗଡ଼ା ଜିଲ୍ଲା କୋଲନରା ରୁ ସଞ୍ଜୀବ କଣ୍ଡାଗରୀ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (କୋଲନରା) – ସ୍ବାସ୍ଥ୍ୟ ବିଭାଗ ତରଫରୁ ଜାତୀୟ କୁଷ୍ଠ ନିରାକାର କାର୍ଯ୍ୟକ୍ରମ ଗତ କାଲି ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଲନରା ର ସୁପାର ଭାଇଜର ବେବେନ୍ଦ୍ର କୁମାର ପୁରୁସେଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିର ରେ କୃଷ୍ଣ ଚନ୍ଦ୍ର ସାହୁ, ରାଜେଶ୍ୱରୀ ବାଉରୀ, ଜୟନ୍ତି କଣ୍ଡାଗରୀ ,କୁମାରୀ ଗମାଙ୍ଗ, ବି ଗୀତା, ଶୁଭଶ୍ରୀ ଦାସ, ରଶ୍ମିପ୍ରଭା ଦାସ,ସ୍ୱାସ୍ଥ୍ୟ କର୍ମୀ ସମସ୍ତ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଦେବେନ୍ଦ୍ର କୁମାର କୁଷ୍ଠ ରୋଗରୁ ମୁକ୍ତି ହେବା ପାଇଁ ଓ କୁଷ୍ଠ ରୋଗ ର ଲକ୍ଷଣ ଏବଂ ଏହି ରୋଗ ଭଲ ହେବା ପାଇଁ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାଗଣା ରେ ଔଷଧ ମିଳେ ବୋଲି ରେଖାପଦର ପ୍ରାଥମିକ ଚିକିତ୍ସା କେନ୍ଦ୍ର ର ସହ ଯୋଗ ରେ କାର୍ଯ୍ୟ ରତ ଆଶା କର୍ମୀ ମାନଙ୍କୁ ଫୁଙ୍କ।ନୁଫୁଙ୍କ ଭାବେ ବୁଝେଇଥିଲେ ।
କୁଷ୍ଠ ରୋଗୀ ଚିନ୍ନଟ କାର୍ଯ୍ୟକ୍ରମ ୧୦.୦୯.୨୦୧୯ ରୁ ୨୩.୦୯.୨୦୧୯ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଥିଲେ ।