ଏଥର ସମ୍ଭାଳ (ଗୁଣପୁର) – ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ଆଇରଲା ପକ୍ଷରୁ ଆଜି ରେଗେଡା ପଞ୍ଚାୟତ ସମ୍ମୁଖ ରେ ପ୍ରତିବାଦ ସଭା ସହ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
AIARLA ପକ୍ଷରୁ ଆଜି ୧୦ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ରେଗେଡା ସରପଞ୍ଚ ଙ୍କୁ ପ୍ରଦାନ କରିଥିଲେ ।
ଉକ୍ତ ସ୍ମାରକ ପତ୍ର ରେ ଗ୍ରାମୀଣ କ୍ଷେତ ମୂଲିଆ ଙ୍କ ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବା ସହ ସେମାନଙ୍କ ଖାତା କୁ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯିବା , କେନ୍ଦ୍ର ସରକାର ଙ୍କ ଯୋଜନା ମୁତାବକ ବରିଷ୍ଠ ନାଗରିକ , ବିକଳାଙ୍ଗ , ବାର୍ଦ୍ଧକ୍ୟ ମାନଙ୍କୁ ୧୦୦୦ ଟଙ୍କା ମାସିକ ପେନ୍ସନ୍ ପ୍ରଦାନ କରିବା , ରେଗେଡା ପଞ୍ଚାୟତ ର ସମସ୍ତ ଆଦିବାସୀ ମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନ ରେ ରାସନ କାର୍ଡ ଓ କମ ଟଙ୍କା ରେ ଗ୍ୟାସ , କିରୋସିନ୍ , କରେଣ୍ଟ ପ୍ରଦାନ ଭଳି ମୁଖ୍ୟ ଦାବୀ ମାନ ରହିଥିବା ଉଲ୍ଲେଖ କରିଛନ୍ତି ।
ଆଜି ର ଏହି କାର୍ଯ୍ୟକ୍ରମ ରେ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ର କେନ୍ଦ୍ର କମିଟି ସଭ୍ୟ ଶ୍ରୀ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱ ରେ ୨୦୦ ରୁ ଉର୍ଦ୍ଧ ଆଦିବାସୀ ଓ ଦଳିତ ମାନେ ଯୋଗ ଦେଇଥିଲେ ।
ରେଗେଡା ପଞ୍ଚାୟତ ରେ ବହୁ ବର୍ଷ ହେବ ଆଦିବାସୀ ଦଳିତ ମାନେ ଜଙ୍ଗଲ ଜମି , ବାଞ୍ଜାରୀ ଜମି ଗୁଡ଼ିକ ଭୋଗ ଦଖଲ କରି ସରକାର ଙ୍କୁ ଖଜଣା ପାଉତି ଦେଇ ଆସୁଛନ୍ତି । କିନ୍ତୁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଉକ୍ତ ଜଙ୍ଗଲ ଜମି ଅ ବାଞ୍ଜାରୀ ଜମି ଗୁଡ଼ିକ ର ପଟ୍ଟା ପ୍ରଦାନ କରାଯାଉନାହିଁ ନଥିବା ଶ୍ରୀ ଗମାଙ୍ଗ ଅଭିଯୋଗ କରିଛନ୍ତି ।