ଅତ୍ୟାଧିକ ସ୍ପିଡ୍ ବ୍ରେକର ନିର୍ମାଣ ବିରୋଦ୍ଧ କରି ସମାଜ ସେବୀ ଙ୍କ ଏତଲା !

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଠାରେ ତିଆରି କରାଯାଇଥିବା ସ୍ପୀଡ ବ୍ରେକେର ଯୋଗୁଁ ଉପୁଜିଥିବା ସମସ୍ୟା କୁ ନେଇ ମୁହଁ ଖୋଲିଛନ୍ତି ସମାଜ ସେବୀ ଆଶୁତୋଷ ବରାଳ । ଆବଶ୍ୟକ ଠାରୁ ଅତ୍ୟାଧିକ ବ୍ରେକେର ନିର୍ମାଣ ହେତୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆଣିଛନ୍ତି ।ପ୍ରତି ତିନି କିଲୋମିଟର ବ୍ୟବଧାନରେ ସ୍ପୀଡ଼ ବ୍ରେକେର ନିର୍ମାଣ କରିବା ନିୟମ ଥିବାବେଳେ ଏଠାକାର ପ୍ରଶାସନ ସହରାଞ୍ଚଳ ର ତିନି କିଲୋମିଟର ମଧ୍ୟରେ ଶହେରୁ ଅଧିକ ବ୍ରେକେର ନିର୍ମାଣ କରିଛନ୍ତି । ଏହାବି ମାପ ଜୁପ ନଥାଇ ବୋଲି ଶ୍ରୀ ବରାଳ ଅନଲାଇନ ମାଧ୍ୟମରେ ଏକ ଏତଲା ରୁଜୁ କରିଛନ୍ତି । ଏଥିରେ ସେ ନିଜେ ଅଙ୍ଗେ ନିଭାଇ ଥିବା ସମସ୍ୟାକୁ ଉପସ୍ଥାପନା କରି ଉଲ୍ଲେଖ କରିଛନ୍ତିକି, ସେ ଏହି ରାସ୍ତା ଦେଇ ଦିନରେ ୫ ଥର ଯିବା ଆସିବା କରିବା ଯୋଗୁଁ ତାଙ୍କ ଅଣ୍ଟା ଓ ମେରୁଦଣ୍ଡ ରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ।ପ୍ରାଥମିକ ଭାବେ ଡାକ୍ତର ଙ୍କ ପରାମର୍ଶ ରୁ ସେ ଏହା ନିୟମିତ ସ୍ପୀଡ଼ ବ୍ରେକେର ଦେଇ ମୋଟର ସାଇକଲ ରେ ଯିବା ଆସିବା କରିବାରୁ ଏଭଳି ଘଟିଛି ଏବଂ ଏହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେଥିରେ ସୂଚାଇଛନ୍ତି । ଏହାଦ୍ୱାରା ଅନେକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ ।ଏପରିକି ଦୁଇ ଚକିଆ ଯାନ ଏହି ରାସ୍ତା ଦେଇ ବାରମ୍ବାର ଯିବା ଆସିବା କରିବା ଫଳରେ ଗାଡିର ସକଅବଜରବର ଖୁବ କମ ଦିନରେ ନଷ୍ଟ ହେଉଛି । ଫଳରେ ଗାଡ଼ି ମାଲିକ କ୍ଷତି ସହିବାକୁ ପଡୁଛି ।ଏଣୁ ସୁପ୍ରିମକୋର୍ଟ ଓ ଇଣ୍ଡିଆନ ରୋଡ଼ କଂଗ୍ରେସ ଙ୍କ ଦ୍ଵାରା ଗଠିତ ନିୟମାନୁସାରେ ଏହି ସ୍ପୀଡ଼ ବ୍ରେକେର ଗୁଡିକ ତିଆରି କରାଯାଇନଥିବାରୁ ଏଗୁଡିକ ବେଆଇନ ବୋଲି ଦାବୀ କରିଛନ୍ତି । ଏହି ସ୍ପୀଡ଼ ବ୍ରେକର ଗୁଡିକ କାହା ଦ୍ୱାରା ନିର୍ମାଣ କରାଯାଇଛି ଓ ଏଥିଯୋଗୁଁ ଉପୁଜୁଥିବା ସାମସ୍ୟା ଗୁଡିକର ସମାଧାନ କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି । ଯେଉଁ ସଂସ୍ଥା ଦ୍ୱାରା ଏହି ସ୍ପୀଡ଼ ବ୍ରେକେର ଗୁଡିକ ନିର୍ମାଣ କରାଯାଇଛି ତାଙ୍କ ବିରୁଦ୍ଧରେ ବେଆଇନ ରାସ୍ତା ଅବରୋଧ , ରାସ୍ତା ଉପରେ ବେଆଇନ ନିର୍ମାଣ, ହତ୍ୟା କରିବା ଉଦ୍ୟମ ,ସରକାରୀ ସମ୍ପତ୍ତି କୁ ନଷ୍ଟ କରିବା ଇତ୍ୟାଦି ପାଇଁ ଥିବା ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ କେସ୍ ରୁଜୁ କରାଯାଉ ବୋଲି ଶ୍ରୀ ବରାଳ ଦାଖଲ କରିଥିବା ଅଭଯୋଗ ପତ୍ର ରେ ଉଲ୍ଲେଖ କରି ଅନୁରୋଧ କରିଛନ୍ତି । ଏହାକୁ ଭିତ୍ତି କରି ଗୁଣପୁର ଥାନା ଅଭିଯୋଗ ସଂଖ୍ୟା ୨୪୮୭୦୦୧୬୦୭୧୯୦୦୦୦୨ କ୍ରମେ ଦରଖାସ୍ତ ଗ୍ରହଣ କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *