ସେପଟେମ୍ବର ୧ ରୁ ଲାଗୁହେବ କଳାହାଣ୍ଡି ରେ ନୂତନ ଟ୍ରାଫିକ ବ୍ୟବସ୍ତା ; କଡ଼ାକଡ଼ି ଚେକିଂ ସହିତ ମୋଟା ଅଙ୍କ ର ଜରିମାନା …!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ବର୍ତ୍ତମାନ ଯାନବାହନ ସଂଖ୍ୟା ଅବାଞ୍ଛିତ ଭାବେ ବଢି ଚାଲି ଥିବାରୁ ବିଭନ୍ନ ରାସ୍ତାରେ ଗାଡ଼ି ଚଳାଇବା ବେଳେ ଦୁର୍ଘଟଣା ଦେଖିବାକୁ ମିିିଳୁଛି । ଦୁର୍ଘଟଣା ଜନୀତ ମୃତ୍ୟୁ ହାର କୁ କମାଇବା ନିମନ୍ତେ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ମୋଟର ଯାନ ଧାରା ୧୯୮୮ କୁ ପରିବର୍ତ୍ତନ କରି ନୂତନ ନିୟମ ଲାଗୁ କରାଯାଇଛି । ବର୍ତ୍ତମାନ କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ଓ ଜିଲ୍ଲା ପୋଲିସ ବିଭାଗ ପକ୍ଷ ରୁ ଏହାକୁ ଆଗାମୀ ସେପ୍ଟେମ୍ବର ମାସ ୧ ତାରିଖରୁ କଡାକଡି ଭାବେ ପାଳନ କରିବାକୁ ଆଭିମୁଖ୍ୟ ଗ୍ରହଣ କରାଯାଇଛି । ବିନା ହେଲମେଟରେ ଗାଡ଼ିଚଳାଇବା, ସିଟବେଲ୍ଟ ନପିନ୍ଧି ଗାଡି ଚଳାଇବା, ସିଗନାଲ ନମାନି ଗାଡି ଚଳାଇବା,ବାଇକରେ ୨ ଜଣରୁ ଅଧିକ ବସି ଚଳାଇବା, ବିନା ଲାଇସେନ୍ସରେ ଗାଡ଼ିଚଳାଇବା ,ବେପାରୁଆ ଗାଡି ଚାଳନା,ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉବା ,ଆମ୍ବୁଲାନ୍ସ କୁ ରାସ୍ତା ନଦେବା ଓ ମୋବାଇଲ ରେ କଥା ହୋଇ ଗାଡି ଚଳାଇବା ଭଳି କାର୍ଯ୍ୟ କଳାପ ପ୍ରତି ପୋଲିସ ବିଭାଗ କଡା ନଜର ରଖିବା ସହ ଏଥିନିମନ୍ତେ ୧୦୦୦ ରୁ ୧୦,୦୦୦ ପର୍ଯ୍ୟନ୍ତ ଜରିମାନା ଆଦାୟ କରିବା ସ୍ଥିର କରିଛନ୍ତି।ଅନେକ ସମୟରେ ୧୮ ବର୍ଷ ରୁ କମ ବୟସ୍କ ପିଲାମାନେ ଗାଡି ଚଳାଉଥିବା ନଜରକୁ ଆସୁଛି ।ଏହାକୁ ରୋକିବା
ନିମନ୍ତେ ବିଭାଗ ପକ୍ଷରୁ ମୋଟର ଯାନ ଧାରା ୨୦୧୯ ଅନୁଯାୟୀ ନାବାଳକ ଗାଡି ଚାଳକଙ୍କ ଠାରୁ ୨୫,୦୦୦ ଟଙ୍କା ଜରିମାନା ଆଦାୟ କରିବା ସହିତ ଅଭିବାବକଙ୍କ ବିରୁଦ୍ଧରେ କେସ ଦାୟର କରିବ । ଫଳରେ ନାବାଳକଙ୍କ ନିମନ୍ତେ ପିତା କିମ୍ଵା ଅବିଭାବକ ତିନିବର୍ଷ ଜେଲ ଭୋଗିବାକୁ ପଡିବ । ଆଗାମୀ ଦିନରେ ବିଭାଗ ପକ୍ଷରୁ ଗ୍ରହଣ କରିବାକୁ ଥିବା ଏଭଳି ପଦକ୍ଷେପ କୁ ବୁଦ୍ଧିଜୀବୀ ଓ ନାଗରିକଙ୍କ ମହଲରେ ସ୍ୱାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *