କଳିଙ୍ଗ ସେନା ସୁପ୍ରିମୋ ଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଆହ୍ୱାନ , ନିଜେ ପ୍ରଥମେ ତ୍ୟାଗ କର ! ଲୋକେ ତୁମଠୁ ଶିଖିବେ ଓ ମନ କୁ ବୁଝେଇନେବେ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଭୁବନେଶ୍ୱର ଠାରେ ଆୟୋଜିତ ଏଜ ସାମ୍ବାଦିକ ସମ୍ମିଳନୀ ରେ କଳିଙ୍ଗ ସେନାର ସୁପ୍ରିମ ହେମନ୍ତ ରଥ ପୁରୀ ଠାରେ ରାଜ୍ୟ ସରକାର ଆତଙ୍କ ରାଜ ଚଳାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।ମୁଖ୍ୟମନ୍ତ୍ରୀ ନିଜେ ସ୍ୱର୍ଗ ଦ୍ୱାର ଠାରେ ଜମି ଜବର ଦଖଲ କରି ଜବର ଦଖଲର ଦ୍ୱାହି ଦେଇ ଐତିହ୍ୟ ସମ୍ପନ୍ନ ମଠ,ପୁରୁଣା କୀର୍ତ୍ତିରାଜି ଓ କୋଠା ଗୁଡିକୁ ଭାଙ୍ଗି ରୁଜି ଚୁନା କରୁଛନ୍ତି ବୋଲି କହିଛନ୍ତି । ପୁରୀ ବାସୀଙ୍କ ତ୍ୟାଗ ଯୋଗୁଁ ଆଜି ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ସୁରକ୍ଷିତ ରହିଛି । ତେବେ ପୁରୀର ବିକାଶ ନାମରେ ମୁଖ୍ୟମନ୍ତ୍ରୀ ଯେଉଁ ଆତଙ୍କରାଜ ଚଳାଇଛନ୍ତି ଏହା ନିନ୍ଦନୀୟ । ଶ୍ରୀମନ୍ଦିର ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଆଗମନ କାଳରେ ଶ୍ରୀ ମନ୍ଦିର ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି କୁ ହଟାଇବା ପୂର୍ବରୁ ନିଜେ ସ୍ୱର୍ଗ ଦ୍ୱାର ନିକଟରେ ବିଜୁ ବାବୁଙ୍କ ସମାଧି ନାମରେ ଜବରଦଖଲ କରି ରଖିଥିବା ୬୪ ଡିସିମିଲି ଜମିକୁ ପ୍ରଥମେ ତାକୁ ହଟାନ୍ତୁ ବୋଲି ଆହ୍ଵାନ ଦେଇଛନ୍ତି । ମଠ ଓ ଐତିହାସିକ ସଂସ୍କୃତି ହଜିଯିବା ପରେ ପୁରୀ କିଭଳି ବିଶ୍ୱ ଐତିହ୍ୟରେ ମାନ୍ୟତା ପାଇବ ବୋଲି ପ୍ରଶ୍ନ ଉଠାଇଛନ୍ତି। ଆୟୋଜିତ ଏହି ସମ୍ମିଳନୀରେ କଳିଙ୍ଗ ସେନାର ଉପ ସଭାପତି ସବ୍ୟସାଚୀ ମହାପାତ୍ର,ସାଧାରଣ ସମ୍ପାଦକ ବିଜୟ ରାଜ ଓ ଭକ୍ତ ଶେଖର ରାୟ ଙ୍କ ସମେତ ସମ୍ପାଦକ ପ୍ରଦୀପ ସାହୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *