ରାଜରାସ୍ତା ରେ ଧାନତଳି ରୋଇଲେ ସାନପୁର୍ଲା ଗ୍ରାମବାସୀ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପଞ୍ଚାୟତ ସାନଫୁର୍ଲା ବନ୍ଧପଡ଼ା କୁ ସଂଯୋଗ କରୁଥିବା ଦେଢ଼ କିମି ବିଶିଷ୍ଟ ରାସ୍ତା ଗତ ୧୭ ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ ମରଣ ଯନ୍ତା ପାଲଟିଛି। ବର୍ଷା ବେଳେ ରାସ୍ତା ରେ ବଡ଼ ବଡ଼ ଖାଲ ସ୍ରୁଷ୍ଟି ହୋଇ କାଦୁଆ ହେଉଛି। ଦୀର୍ଘ ବର୍ଷ ହେଲା ଏହି ରାସ୍ତା ର ମରାମତି ନିମନ୍ତେ ସ୍ଥାନୀୟ ପ୍ରଶାସନ ଓ ରାଜନେତା ଙ୍କ ନିକଟରେ ଗ୍ରାମବାସୀ ଦାବି କରି ଆସୁଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ବର୍ତ୍ତମାନ୍ ର ଲଗାଣ ବର୍ଷା ଯୋଗୁଁ ଏହି ରାସ୍ତା ଉପରେ କାଦୁଅ ଜମା ହୋଇ ଯାତାୟାତ ରେ ଅସୁବିଧା ସୃଷ୍ଟି ହେଉଛି। ରାସ୍ତା ଉପରେ କାଦୁଅ ରହି କ୍ଷେତ ଜମି ସୃଷ୍ଟି କରିଥିବାରୁ ସାନଫୁର୍ଲା ବନ୍ଧପଡ଼ା ଗ୍ରାମବାସୀ ଏହି ରାସ୍ତା ଉପରେ ଧାନତଳି ରୋଇ ଅଭିନବ ପ୍ରତିବାଦ ଜଣାଇଛନ୍ତି। ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ନେଇ ଡିଣ୍ଡିମ ପିଟୁଥିବା ବେଳେ ଏହାର ଛିଟା ଏଠି ପଡ଼ିପାରି ନାହିଁ। ରାସ୍ତାର ଉନ୍ନତି କରଣ ଦିଗରେ ଯାଥାଶୀଘ୍ର ପଦକ୍ଷେପ ନେବା ନିମନ୍ତେ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *