ବିଧାୟକ ଙ୍କ ବନ୍ୟାଅଞ୍ଚଳ ପରିଦର୍ଶନ…!
!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (କେସିଙ୍ଗା) – ଲଗାଣ ବର୍ଷା ଫଳରେ କେସିଙ୍ଗା ବ୍ଲକ ଦେଇଖଣ୍ଡି ପଞ୍ଚାୟତ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁସ୍ଥାନରେ ରାସ୍ତା ଧୋଇ ହୋଇ ଯାଇଥିବସ ବେଳେ ଜମି ବାଲିଚର ହୋଇ ଯାଇଛି ।ଅନେକ ଘର ଭାଙ୍ଗି ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବର୍ଷା ଛାଡ଼ି ଯାଇଥିଲେବି ସମସ୍ୟା ଲୋକଙ୍କୁ ଛାଡ଼ୁନି ।ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଭୁପେନ୍ଦ୍ର ସିଂ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ବନ୍ୟା ପ୍ରପୀଡ଼ିତ ଜନସାଧରଙ୍କ ସହ ମିଶି ସମବେଦନା ଜଣାଇବା ସହ ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନକୁ ଅବଗତ ଜରାଇଛନ୍ତି । ପରବର୍ତ୍ତୀ ସମୟରେ ସିର୍ଦ୍ଦାପାରି ପଞ୍ଚୟତ ପରିଦର୍ଶନ କରି ଏଠାରେ ବନ୍ୟାର ଭୟା ବହ କାଣ୍ଡ ଦେଖି ଦୁଃଖ ପ୍ରକାଶ ଜରିଛନ୍ତି । ନଦୀର ଘାଇ ଦେଖିବାପରେ ସ୍ଥାନୀୟ ପ୍ରଶାସନକୁ ଏହାର ସ୍ଥାୟୀ ସସମାଧନ କରିବା ନିମନ୍ତେ ନିର୍ଦ୍ଧେଶ ଦେଇଛନ୍ତି ।ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବାସୀଙ୍କ ସହ ସାକ୍ଷାତ କରି ଯଥା ଶୀଘ୍ର ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି ।ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ତାଙ୍କ ସହ ସହଯୋଗୀ ବଲଜିତ ସିଂ ,ସନ୍ତୋଷ ଶର୍ମା,ନରେନ୍ଦ୍ର ନାୟକ,ଇସଦ ଅଗ୍ରୱାଲ ଙ୍କ ସମେତ ସମିତି ର ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହ ଯନ୍ତ୍ରୀ ଏବଂ ଦେଇଖଣ୍ଡି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅକ୍ଷୟ କୁମାର ସାହୁ ଉପସ୍ଥିତ ଥିଲେ ।

