ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ରେ ସ୍ୱଧୀନତା ଦିବସ ପାଳନ ; ଏହି ଅବସରରେ ସ୍ଵତନ୍ତ୍ର ଗ୍ରାମ ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ବ୍ଲକ ଅଧିନସ୍ଥ ଜଗନ୍ନାଥପୁର ଗ୍ରାମପଚାୟତ କାର୍ଯ୍ୟାଳୟ ଠାରେ ୭୩ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗୌରୀ ଗମାଙ୍ଗ ଅନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି ଥିଲେ । ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ କରାଯାଇଥିଲା । ଏଥିରେ ପଞ୍ଚାୟତ ପ୍ରତିନିଧି ଯୋଗଦେଇ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ ।ଆଗାମୀ ଦିନରେ ପଞ୍ଚାୟତ ଉନ୍ନତି ଦିଗରେ ହେବାକୁ ଥିବା କାର୍ଯ୍ୟ ପନ୍ଥା ସ୍ଥିର କରାଯାଇଛି । ସ୍ୱଚ୍ଛ-ସୁନ୍ଦର-ସବୁଜ ଭାରତର ଗଠନ ପ୍ରକ୍ରିୟାରେ ସାମିଲ ହେବାକୁ ଯାଇ ଏହି ଅବସରରେ ଵୃକ୍ଷ ରୋପଣ କରାଯାଇଛି ।

Leave a Reply

Your email address will not be published. Required fields are marked *