ବିବାହର ପ୍ରତିଶ୍ରୁତି ଦେଇ ସରକାରୀ ବାବୁ ଲୁଟିନେଲେ ଯୁବତୀ ଙ୍କ ଇଜ୍ଜତ୍…!
!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ରତିନିଧି ପ୍ୟାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଥୁଆମୂଳ ରାମପୁର) – କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଏକ ଆଦିବାସୀ ତଥା ହରିଜନ ଅଧ୍ୟୁଷିତ ଅଞ୍ଚଳ। ନିରୀହ ଆାଦିବାସୀ ଓ ହରିଜନ ଝିଅ ମାନଙ୍କ ର ସରଳତା ର ସୁଯୋଗ ନେଇ ଯୌନ ନିର୍ଯାତନା ଦେବା ଘଟଣା ଏଠି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କାଠକୁରା ଗ୍ରାମର ଯୁବତୀ ଙ୍କ କ୍ଷେତ୍ରରେ। ପୀଡିତା ଯୁବତୀ ଜଣକ ଜୟପାଟଣା ବ୍ଲକ ପାଇକ କେନ୍ଦୁମୁଣ୍ଡି ପଞ୍ଚାୟତ ରେ ରହି ଏନ.ଜି.ଓ ମାଧ୍ୟମରେ ସ୍ଵୟଂ ସହାୟକ ଦଳ ମାନଙ୍କୁ ତାଲିମ୍ ପ୍ରଦାନ କରିବା କାର୍ଯ୍ୟ କରି ଆସୁଥିଲେ। ଜୟପାଟଣା ବ୍ଲକ ଜି. ପି. ଓ ତଥା କାର୍ଯ୍ୟରତ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୀତାମ୍ବର ପ୍ରଧାନୀ ଉକ୍ତ ଯୁବତୀ ଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବାରୁ ବିବାହର ପ୍ରତିଶ୍ରୁତି ଦେଇ ଜିଲ୍ଲା ବାହାର୍ କୁ ନେଇ ଯୌନ ଶୋଷଣ କରିଥିଲେ। ଏନେଇ ଯୁବତୀ ଜଣକ ପରିବାର ଲୋକ ଙ୍କୁ ଜଣାଇବା ରୁ ପରିବାର ଲୋକେ ଉଭୟଙ୍କୁ ରାୟଗଡ଼ା ହୋଟେଲ ପାଇ ସେଠିକାର ମାଝୀ ଗୌରୀ ମନ୍ଦିରରେ ବିବାହ କରିବା ସହିତ କୋର୍ଟ ବିବାହ ମଧ୍ଯ କରିଥିଲେ। ଯୁବତୀ କହିବା ଅନୁଯାୟୀ ବିବାହ ପରେ କେବଳ ସାତ ଦିନ ରଖି କେଉଁ ଆଡ଼େ ଚାଲିଯାଇଥିଲେ ଶ୍ରୀ ପ୍ରଧାନୀ ଯୋଗଯୋଗ୍ ବି ରଖିନଥିଲେ । ଯୁବତୀ ଜଣକ ଖୋଜା ଖୋଜି କରି ନିରାଶ ହୋଇ ନିଜ ବାପ ଘରକୁ ଆସିଯାଇଥିଲେ। ଏନେଇ ଯୁବତୀ ଜଣକ ଥୁଆମୂଳ ରାମପୁର ଥାନାରେ ଜୁଲାଇ ୧୪ ତାରିଖ ଦିନ ଏକ ଅଭିଯୋଗ କରିଥିଲେ। ପୀଡିତା ଯୁବତୀ ଜଣ ଙ୍କ ଅଭିଯୋଗ ଆଧାରରେ ରାମପୁର ଥାନା ପୋଲିସ ଏକ ମାମଲା ରୁଜୁ କରିଛି। ଏହି ଅଞ୍ଚଳରେ ନିରୀହ ଝିଅ ମାନଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ଶାରୀରିକ ଶୋଷଣ କରାଯାଉଥିବା ଘଟଣା କୁ ସ୍ଥାନୀୟ ବୁଦ୍ଧୀ ଯିବି ମହଲ ରେ ନିନ୍ଦା କରାଯାଇଛି । ଦେଖିବାକୁରହିଲା ଏହି ଘଟଣାରେ ପୋଲିସ ସରକାରୀ ବାବୁ ଙ୍କୁ ଘଣ୍ଟ ଘୋଡାଇବ ନା ପୀଡିତା ଝିଅ କୁ ନ୍ୟାୟ ଦେବ। ଅସହାୟ ପିଡିତା ଜଣକ ନ୍ୟାୟ ପାଇବେ ନା ଏହି ଘଟଣା ସରକାରୀ ସ୍ଥର ରେ ନାଲି ଫିତା ତଳେ ବନ୍ଧା ହୋଇ ରହିବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?

