ଆମପାଣି ପୋଲିସ୍ ପକ୍ଷରୁ ପରୀ ସଚେତନତା ଶିବିର ଅନୁଷ୍ଠିତ…!
!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଆମପାଣି) – ଆମପାଣି ଠାରେ ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ପ୍ରଥା ଓ ଶିଶୁ ଚଲାଣ ସମ୍ପର୍କିତ ‘ପରୀ ପାଇଁ ଦିନଟିଏ’ ସଚେତନତା ଅଭିଯାନ ଉପଲକ୍ଷେ ଆମପାଣି ପୋଲିସ ପ୍ରଶାସନ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମପାଣି ସ୍ଥିତ ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀମାନେ ସଚେତନତା ସମ୍ପର୍କିତ ବିଭିନ୍ନ ପ୍ଲାକାର୍ଡ ଧରି ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏହି ଅବସରରେ ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ଙ୍କ ସଭାପତିତ୍ବରେ ଆମପାଣି ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ପରୀ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ଶିବିରରେ ଆମପାଣି ସରପଞ୍ଚ ଟିକି ଚନ୍ଦ୍ର ଧଙ୍ଗଡ଼ା ମାଝୀ, ପୂର୍ବତନ ସରପଞ୍ଚ କୁମୁଦ ଧଙ୍ଗଡ଼ା ମାଝୀ, ସୁବାଷ ନାୟକ, ସାମାଜ ସେବୀ ବନମାଳୀ ବାଗ, ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ର କନିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ଠାକୁର, ଆମପାଣି ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗୀନି ହଂସ ସମେତ ସାମାଜ ସେବୀ ଗଙ୍ଗାରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

