ନାବାଳକ ପିଲାକୁ ଗାଡ଼ି ଚଳାଇବା କୁ ଦେଇ ଜେଲ ଗଲେ ବାପା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ନିଜର ନାବାଳକ ଶିଶୁଙ୍କୁ ଗାଡି ଚାଳାବାକୁ ଦେଇ ବାପା ଜେଲ ଗଲେ । ୧୪ ବର୍ଷରୁ କମ ଶିଶୁ ଗାଡି ଚଳାଇ ଯାଉଥିବା ବେଳେ ପୋଲିସ ଏମାନଙ୍କୁ ଧରି ମୋଟର ଯାନ ଆଇ ନ ର ଧାରା ୧୦୦ ଅନୁଯାୟୀ କେସ ଦାୟର କରି କୋର୍ଟ ଫରୱାର୍ଡ କରିଛି । ଏହି ଶିଶୁ ମାନଙ୍କ ସହ ସେମାନଙ୍କ ବାପା ଏବଂ ଗାଡି ମାଲିକ ମାନଙ୍କ ନାମରେ ମଧ୍ୟ କେସ ଦାୟର କରିଛି । ଏଭଳି ଘଟଣା ଘଟିଛି ହାଇଦ୍ରାବାଦ ଠାରେ । ଏହାକୁ ଆଧାର କରି ହାଇଦ୍ରାବାଦ ର ସ୍ୱତନ୍ତ୍ର ନବମ ମେଟ୍ରୋପୋଲିଟିଆନ୍ କୋର୍ଟ ର ମାଜିଷ୍ଟ୍ରେଟ କେ. ଅଲତଫ ହୁସେନ ଶିଶୁ ଗାଡିଚାଳକ ଏବଂ ସେମାନଙ୍କ ବାପା ମାନଙ୍କୁ ଦଣ୍ଡିତ କରିଛନ୍ତି । ଶିଶୁ ମାନଙ୍କୁ ୪ ସପ୍ତାହର ସଜା ଶୁଣାଇ ସେମାନଙ୍କୁ ବାଳ ସୁଲଭ କେନ୍ଦ୍ର କୁ ପଠାଯାଇଛି ଏମାନଙ୍କ ସହ ସେମାନଙ୍କ ବାପା ମାନଙ୍କୁ ମଧ୍ୟ ଦୋଷୀ ଠଉରାଇ ସଜା ଶୁଣାଯାଇଛି । ପ୍ରଥମ କରି ଗାଡି ଚାଳନା କେସ ରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ ଏଭଳି ଦଣ୍ଡାଦେଶ ଦିଆଯାଇଛି ବୋଲି ତଥ୍ୟ ମିଳିଛି । ଏହାକୁ ବୁଦ୍ଧିଜୀବୀ ମାନେ ସ୍ୱାଗତ କରିବା ସହ ମତପ୍ରକାଶ କରି କହିଛନ୍ତି କି,ଶିଶୁ ମାନେ ଏଭଳି କାର୍ଯ୍ୟ କରିବାକୁ ଡରିବେ ଏବଂ ଅଭିଭାବକ ମାନେ ସେମାନଙ୍କ ଶିଶୁଙ୍କୁ ଏଭଳି କାର୍ଯ୍ୟ କରିବା ଦିଗରେ ଆକଟ କରିବେ । ପୋଲିସର ଏତାଦୃଶ୍ୟ କାର୍ଯ୍ୟକୁ ମଧ୍ୟ ସମର୍ଥନ କରିବା ସହ ଆହୁରି ଏଭଳି କେସ ଦାୟର କରିବାଦିଗରେ ପଦକ୍ଷପ ନେଲେ ଆଗାମୀ ଦିନରେ ଅନ୍ୟ ଅବିଭାବକ ମନେ ସଚେତନ ହେବା ସହ ଶିଶୁମାନେ ଏଭଳି କାର୍ଯ୍ୟ କରିବା ଦିଗରେ ପଛଘୁଞ୍ଚା ଦେବେ ବୋଲି ମତ ପ୍ରକାଶ ପାଇଛି । ଏହାକୁ ଆଧାର କରି ଆମ୍ଭ ଏଥର ସମ୍ଭାଳ ପରିବାର ପକ୍ଷରୁ ଅଭିଭାଵ ମାନଙ୍କୁ ଅନୁରୋଧ ସେମାନଙ୍କ ଶିଶୁଙ୍କୁ ଏଭଳି ବେଆଇନ ଗାଡି ଚାଳନ ରୁ ନିବୃତ ରଖନ୍ତୁ । କାହିଁକି କି ନା ଏଭଳି ଘଟଣା ଆପଣଙ୍କ ଇଲାକାରେ ମଧ୍ୟ ଘଟିପାରେ ।

Leave a Reply

Your email address will not be published. Required fields are marked *