ଧର୍ମଗଡ଼ ଠାରେ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ…!
!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ଚାରିଛକ ସ୍ଥିତ ଡ଼ଃ. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରେ ଓବିସି,ଏସଟି,ଏସସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ତରଫରୁ ଆଜି ବିଶ୍ୱ ଆଦିବାସୀ ଓ ମୂଳନୀବାସୀ ଦିବସ ପାଳନ କରାଯାଇଛି। ସଭାକାର୍ଯ୍ୟ ଟିକୁ ଆଗକୁ ନେବା ଆଗରୁ ପ୍ରଥମେ ବାବାସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ଜ୍ଵଳନ କରି ବୁଦ୍ଧ ବନ୍ଦନା ଓ ତ୍ରିଶରଣମ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉକ୍ତ ସଭାରେ ଉପସ୍ଥିତ ବକ୍ତାମାନେ ମୂଳନୀବାସୀ ଓ ଆଦିବାସୀ ମାନଙ୍କର ମହତ୍ତ୍ୱ ବିଷୟରେ ଖୁବ ସୁନ୍ଦର ଭାବରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଧିମାନ ଚକ୍ରଧର ବେନୁପାଣି ଉପସ୍ଥିତ ଥିଲେ। ଧିମାନ ତାଙ୍କର ଅଭିଭାଷଣରେ ସମ୍ବିଧାନର ଧାରା ୩୩୦ ଆଉ ୩୪୨ ଅନୁସାରେ ଏସସି, ଏସଟି, ଓବିସି ଆଦିବାସୀମାନେ ହିନ୍ଦୁ ନୁହନ୍ତି, ଆଦିବାସୀମାନେ କୌଣସି ମାନବକୃତ କାଳ୍ପନିକ ଧର୍ମ କୁ ବିଶ୍ୱାସ କରନ୍ତି ନାହିଁ। ପ୍ରାକୃତିକ ଧର୍ମକୁ ହିଁ ନିଜର ଧର୍ମ ବୋଲି ବିଶ୍ୱାସ କରନ୍ତି। ଆଦିବାସୀ ମାନେ ପ୍ରକୃତିର ପୂଜକ ଅଟନ୍ତି ଓ ଜଙ୍ଗଲ,ପାହାଡ଼,ନଦୀ, ବୃକ୍ଷଲତା,ପବନ ଏବଂ ସୂର୍ଯ୍ୟଙ୍କୁ ଆରଧନା କରନ୍ତି ବୋଲି କହିଥିବା, ବେଳେ ଜଗା ତାଣ୍ଡି ଆଦିବାସୀ ମାନଙ୍କ ଉପରେ ସମୟାନୁସରେ ବହୁ ଧର୍ମ ବଳପୂର୍ବକ ଲଦିଦିଆଯାଉଛି। ଯେମିତି ମୋଗଲ କାଳରେ ଇସ୍ଲାମ, ବ୍ରିଟିଶ କାଳରେ ଇସାଈ, ଓ ଦେଶ ସ୍ୱାଧୀନ ପରେ ବିଶ୍ୱ ହିନ୍ଦୁ ପରିଷଦ, ଭଳି ଅନେକ ହିନ୍ଦୁ ସଂଗଠନ ରେ ଯୋଡିବା ପାଇଁ ପ୍ରାଣପଣେ ଚେଷ୍ଟା ଚଳେଇଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ। ଉକ୍ତ ସଭା କାର୍ଯ୍ୟ ଟିକୁ ଧିମାନ ଦେବାର୍ଚ୍ଚନ ସେଠିଆ ପରିଚାଳନା କରିଥିବା ବେଳେ ଅଶେଶ୍ୱର ଦୁର୍ଗା ବହୁତ ସୁନ୍ଦର ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରେମଲାଲ ଜଗତ, ଫକୀରନାରାୟଣ ଜାଲ , କମଳା କାନ୍ତ, ଉପେନ୍ଦ୍ର ସେନାପତି , ସୁଜାତା ସୁନାନୀ,ରାଜେନ୍ଦ୍ର ଦୁରିଆ, ବେନୁପାଣି ଦୁର୍ଗା ସମେତ ଅଞ୍ଚଳ ର ବହୁ ଆମ୍ବେଦକର ପ୍ରେମୀ ଓ ଆମ୍ବେଦକର ବାଦୀ ଯୋଗଦେଇଥିଲେ।

