ମଙ୍ଗଳପୁର ବ୍ୟାରେଜ ରୁ ଖୋଲିଲା ପାଞ୍ଚୋଟି ଗେଟ; ହାତୀନଦୀ ରେ ବନ୍ୟା ସମ୍ଭାବନା…!

!!! କଳାହାଣ୍ଡି ଜିଲ୍ଲା ରୁ ରଜତ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଗତ ତିନି ଦିନ ଧରି କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ଥିବା ମୁଖୀଗୁଡା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ମଙ୍ଗଳପୁର ଜଳଭଣ୍ଡାର ରେ ୫ଟି ଗେଟ ଖୋଲାଯାଇଛି । ଯାହା ମିନିଟ କୁ ୧୩୨ କ୍ୟୁସେକ ପାଣି ନିଷ୍କାସନ କରିବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି । ଏଥି ଜଗୁ ହାତୀ ନଦୀ ତଳ ମୁଣ୍ଡ ରେ ନଦୀକୂଳ ଗାଁ ମାନଙ୍କରେ ବନ୍ୟା ଆଶଙ୍କା ରହିଛି। କଲମପୁର ବ୍ଲକ ର କର୍ମେଲି,ବିରିପୁର, ମାଟିଖାଲ, ବାଲିଛଡ଼ା,ଟେମରା ଗାଁ ମାନଙ୍କ ରେ ଧୀରେ ଧୀରେ ଜଳ ସ୍ତର ବଢ଼ିପାରେ ଲାଗିଛି। ଏହା ବନ୍ୟା ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି।
ବନ୍ୟା ଯୋଗୁଁ ଧନଜୀବନ ଯେପରି କ୍ଷୟକ୍ଷତି ନ ହୁଏ ଏଥି ପ୍ରତି କଲମପୁର ବିଡ଼ିଓ ହେମସଗାର ଭୋଇ ତଥା ବ୍ଲକ କନିଷ୍ଠ ଯନ୍ତ୍ରୀ ଶିବ ବେହେରା, ସୁବ୍ରତ ପଣ୍ଡା ସଦଳବଳେ ଉକ୍ତ ଗାଁ ମାନଙ୍କୁ ପରିଦର୍ଶନ କରିବା ସହ ପ୍ରଭାବିତ ଲୋକମାନଙ୍କୁ ଦମକଳ ବାହିନୀ ସହଯୋଗ ରେ କଲମପୁର ସ୍ଥିତ ଦୁର୍ଗାମାଧଵ ହାଇସ୍କୁଲ ରେ ଆଣି ରଖିବାର ବନ୍ଦୋବସ୍ତ ବ୍ୟବସ୍ଥା କରିଛନ୍ତି।
ଉଦ୍ଧାର କରାଯାଇ ସମସ୍ତଙ୍କୁ ରନ୍ଧାଖାଦ୍ୟ ସହ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *