ବଂଶଧାରା ନଦୀ ର ଜଳ ସ୍ଥର ବୃଦ୍ଧି ; ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ର ମୁକାବିଲା ଓ ସମୀକ୍ଷା ଜାରି !
ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ବଂଶଧାରା ନଦୀ ର ଜଳ ବିପଦ ସଙ୍କେତ ସ୍ତର ଉପରେ ପ୍ରବାହିତ ହେଉଛି । ଗତ ଦିନ ରୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା ରୁ ବଂଶଧାରା ନଦୀ ର ଜଳ ବୃଦ୍ଧି ପାଇଥିବା ଦେଖାଯାଇଛି ।
ବଂଶଧାରା ନଦୀ ର ବିପଦ ସଙ୍କେତ ୮୪.୦୦ ମିଟର ରହିଥିବା ବେଳେ ଦିନ ୧୦ ଘଣ୍ଟା ସୁଦ୍ଧା ନଦୀ ର ଜଳ ସ୍ଥର ୮୫.୦୫ ମିଟର ଥିବା ବେଳେ ଦିନ ୧୧ ଘଣ୍ଟା ସୁଦ୍ଧା ତାହା ବୃଦ୍ଧି ପାଇ ୮୫.୬୬ ମିଟର ହେବା ର ସମ୍ଭାବନା ରହିଥିବା ସୁଚନା ମିଳିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବାରୁ ରାୟଗଡ଼ା – ଗୁମୁଡା କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ଦେଖିବାକୁ ମିଳିଛି ।
ନଦୀ ର ଜଳ ୮୭.୦୦ ମିଟର ରୁ ଉପରେ ପ୍ରବାହିତ ହେଲେ ବନ୍ୟା ର ଆଶଙ୍କା ରହିଛି ବୋଲି ସୁଚନା ମିଳିଛି ।
ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଈଁ ଗୁଡାରୀ ଠାରେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ଉପସ୍ଥିତ ରହି ସମୀକ୍ଷା କରୁଛନ୍ତି ଏବଂ ବନ୍ୟା ର ଆଶଙ୍କା ଥିବା ଖବର ପାଇ ରାୟଗଡ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା , ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ଅମ୍ରିତ୍ ଋତୁରାଜ ପରିସ୍ଥିତି ର କିଭଳି ମୁକାବିଲା କରାଯିବ ତା ନେଇ ସମୀକ୍ଷା ପାଈଁ ଗୁଣପୁର – ଗୁଡାରୀ ଅଭିମୁଖେ ଆସୁଥିବା ଖବର ମିଳିଛି ।

