ଗୃହବନ୍ଦୀ ଥିବା ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ !
ଏଥର ସମ୍ଭାଳ (ଜମ୍ମୁ) – କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିବା ସହ ଏହାର ପୁନର୍ଗଠନ କରିବା ପରେ କାଶ୍ମୀର ଉପତ୍ୟାକାରେ ଯେପରି ଅଶାନ୍ତି ଓ ହିଂସା ନ ବ୍ୟାପେ ସେଥିଲାଗି କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତକାଲିଠାରୁ ଗୃହବନ୍ଦୀ ଥିବା ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛନ୍ତି। ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କୁ ଆଜି ସଂଧ୍ୟାରେ ଗିରଫ କରାଯାଇଛି । ତାଙ୍କ ପରେ ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲାଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ କରାଯିବା ପରେ ତାଙ୍କୁ ଦୁଇ .ନେତାଙ୍କୁ ଏକ ଗେଷ୍ଟହାଉସକୁ ନିଆଯାଇଛି ।

