(GIET UNIVERSITY) ଜି.ଆଇ.ଇ.ଟି ୟୁନିଭର୍ସିଟି ପରଦା ପଛର କିଛି କାହାଣୀ…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର) – ଗୁଣପୁର ଠାରେ ଜି.ଆଇ.ଇ.ଟି ବୈଷୟୀକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବା ପଛରେ ସ୍ଥାନୀୟ ବାସୀଙ୍କର ଯେଉଁ ସ୍ୱପ୍ନଥିଲା ଏହା ପ୍ରତିଫଳନ ହୋଇପାରି ନଥିବା କୁହାଯାଉଛି । କେବଳ ଏହି ସଂସ୍ଥାର ଟ୍ରଷ୍ଟି ମେମ୍ବରଙ୍କ ଅର୍ଥକୋଷ ବଢିବା ବ୍ୟତୀତ ସ୍ଥାନୀୟ ଅଞ୍ଚଳ ବିଦ୍ୟାର୍ଥୀଙ୍କ କେତେ ଉନ୍ନତି ହୋଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନିଜକୁ ଅନ୍ୟଙ୍କ ନିକଟରେ ଉପସ୍ଥାପନା କରି ବଡିମା ପ୍ରକାଶ କରିବା ପାଇଁ ଅର୍ଥ ଖର୍ଚ୍ଚକରି କିଛି ଟ୍ରଷ୍ଟି ଓ କମିଟି ଗଠନ କରାଇ ସମ୍ବର୍ଦ୍ଧିତ ହୋଇ ଜି. ଆଇ. ଇ. ଟି (GIET) କତୃପକ୍ଷ ନାମ କମାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଆଦାୟ କଳାଧନକୁ ଧଳା କରିବା ନିମନ୍ତେ ଚାରେଟେବୁଲ ଟ୍ରଷ୍ଟ ଗଠନ କରାଯାଇଥିବା କୁହାଯାଉଛି । ଏହି ଚାରେଟେବୁଲ ଟ୍ରଷ୍ଟ ର କାର୍ଯ୍ୟକାରିତା ସନ୍ଦେହ ଘେରରେ। ଏହା ପକ୍ଷରୁ ଦିଆଯାଇଥିବା ଡ୍ରାଇଭିଙ୍ଗ ତାଲିମ୍ ଓ କାଠ କାରିଗର ତାଲିମ୍ କେବଳ ତାଙ୍କ ନିଜସ୍ଵ ଆବଶ୍ୟକତା ପୁରଣ ପାଇଁ କରାଯାଇଥିଲା ବୋଲି ଅଭିଯୋଗ ହେଉଛି ।

ସେତେ ବେଳେ ବସ୍ ରେ କାର୍ଯ୍ୟରତ ଡ୍ରାଇଭର ମାନଙ୍କୁ ମୋଟା ଅଂଶ ର ଅର୍ଥ ଦରମା ଆକାରରେ ଦେବାକୁ ପଡୁଥିଲା ବୋଲି କିଛି ବେକାରୀ ଯୁବକ ଙ୍କୁ ତାଲିମ୍ ଦେବା ଆଳରେ ନେଇ ସେମାନଙ୍କ ତାଲିମ୍ ଅବଧି ସାରିବା ପରେ ଜି. ଆଇ. ଇ. ଟି ଦ୍ଵାରା ପରିଚାଳିତ ବସ ଗୁଡ଼ିକରେ ଖୁବ୍ କମ୍ ଦରମାରେ ନିଯୁକ୍ତି ଦିଆଗଲା ଏବଂ ଜି.ଆଇ.ଇ.ଟି ଦ୍ଵାରା ନିର୍ମିତ କୋଠା ନିମନ୍ତେ ଆବଶ୍ୟକୀୟ କାଠ ସରଞ୍ଜାମ ତିଆରି ପାଇଁ କୁଶଳି କାରିଗର ଙ୍କୁ କାର୍ଯ୍ୟରେ ଲଗାଇ ବହୁ ଅର୍ଥ ମଜୁରୀ ବାବଦରେ ଖର୍ଚ୍ଚ ହେବାକୁ ପଡୁଥିବାରୁ କିଛି ଯୁବକଙ୍କୁ ତାଲିମ୍ ଦେବା ଆଳରେ କମ୍ ପରିମାଣ ଖର୍ଚ୍ଚ ରେ କାର୍ଯ୍ୟ ତୁଲାଇବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିଲା; ତେବେ ଆଜି ଏସବୁ ତାଲିମ୍ କୁଆଡେ ଉଭାନ୍ ହେଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସ୍ଥାନୀୟ ଜୈନିକ ଆତ୍ମୀୟ କିରାଣୀ ଙ୍କୁ ନିଜ ଏଜେଣ୍ଟ ସଜାଇ ସରକାରୀ ଜମି ହଡ଼ପ କରିବା ବ୍ୟବସ୍ଥା ସୁପରିଚାଳନା କରିବା ନିମନ୍ତେ ଉକ୍ତ ବ୍ୟକ୍ତି ଙ୍କୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରୁ ତହସିଲ କାର୍ଯ୍ଯାଳୟ କୁ ଏବଂ ବ୍ଲକ କାର୍ଯ୍ୟାଳୟ କୁ ବଦଳାଇ ବ୍ୟକ୍ତି ଜଣଙ୍କ ର ପାଞ୍ଚ ବର୍ଷ କାଳୀନ ଅବଧି କାର୍ଯ୍ୟ ପୂରଣ ର ନିୟମ ଧାରା କୁ ଭଙ୍ଗ କରି ଚାଲିଛନ୍ତି ବୋଲି ସାଧାରଣରେ କୁହାବୋଲା ହେଉଛନ୍ତି । ଏଭଳି କାର୍ଯ୍ୟ କରାଇବାରେ ଜି.ଆଇ.ଇ.ଟି କତୃପକ୍ଷ ଙ୍କ ନିକଟରେ କିଛି ଅସମ୍ଭବ ନୁହେଁ ଏବଂ ରାୟଗଡ଼ା ଜିଲ୍ଲା ରେ କାର୍ଯ୍ୟରତ ଥିବା ଜୈନିକ ପୂର୍ବତନ ଜିଲ୍ଲାପାଳ ଜି.ଆଇ.ଇ.ଟି ଜମି କେଳାଙ୍କେରୀ କୁ ଲୋକଲୋଚନକୁ ଆଣିବା ନିମନ୍ତେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଏହାଙ୍କୁ ରାୟଗଡ଼ା ଜିଲ୍ଲା ରୁ ରାତି ଅଧିଆ ବଦଳି କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜିଲ୍ଲା ର ଜଣେ ବରିଷ୍ଠ ନାଗରିକ ତଥା ସାମ୍ବାଦିକ ପ୍ରକାଶ କରିଛନ୍ତି। ଏହାର ସତ୍ୟତା ନେଇ ଏକ ଅନୁସନ୍ଧାନ ଅବଶ୍ୟମ୍ଭାବୀ ହୋଇପଡିଛି ।

