ମାନ୍ୟବର ରାଜ୍ଯସଭା ସାଂସଦ ଶ୍ରୀଯୁକ୍ତ ଏନ୍. ଭାସ୍କର ରାଓ ଙ୍କ ୬୭ ତମ ଜନ୍ମ ଦିନ ଅବସରରେ ଏଥର ସମ୍ଭାଳ ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା….!

ଜନ୍ମ ଦିନର ଅବସରରେ ଆପଣ ଙ୍କୁ ଏଥର ସମ୍ଭାଳ ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଚଳିତ ବର୍ଷ ଭଳି ଶତ ଶତ ଜନ୍ମ ଦିବସ ପାଳନ କରୁଥାନ୍ତୁ ; ଜଗନ୍ନାଥ ନିକଟରେ ଏହାହିଁ ଆମର କାମନା। ଜଣେ ଅଣ ଓଡ଼ିଆ ହୋଇ ପୂର୍ବ ଜନ୍ମ ଦିବସ ମଧ୍ୟରେ ଓଡ଼ିଶା ଇତିହାସ ରେ ଆପଣ ଯେମିତି ସ୍ଥାନ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ବାସୀ ଙ୍କ ପାଇଁ ଆପଣ ଯେଉଁ ମାଇଲ ଖୁଣ୍ଟ ସାଜିଛନ୍ତି ଏଥି ପାଇଁ ଜନ ମାନସ ପଟରେ ଆପଣ ସବୁ ଦିନ ପାଇଁ ସ୍ମୃତି ର ଗାର ହୋଇ ରହିଛନ୍ତି, ରହିଥାନ୍ତୁ ମଧ୍ଯ। କିଏ କହୁ ବା ନ କହୁ ଓଡ଼ିଶା ଇତିହାସ କହିବ ସ୍ଵର୍ଗତ ବିଜୁ ବାବୁ ଙ୍କ ଅମଳରୁ ବର୍ତ୍ତମାନ୍ ଯାଏଁ ଜନତା ଦଳ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ଏକ ସ୍ଵତନ୍ତ୍ର ସ୍ଥାନ ପାଇଛି। ଏହା କେବଳ ଆପଣ ଙ୍କ ବଳିଷ୍ଠ ସାଂଗଠନିକ ଯୋଗୁଁ। ହୁଏତ ଏଥିରେ ଆଜି କିଛିଟା ବ୍ୟତିକ୍ରମ ଘଟିଛି। ସଭିଏଁ ଏହାକୁ ସ୍ଵୀକାର କରିବେ କେବଳ ଏହା କିଛି ବିଭୀଷଣ ଙ୍କ ପାଇଁ। ଆପଣଙ୍କ ନିଷ୍ଠାପରତା ଆଜି ଆପଣ ଙ୍କୁ ନୁହେଁ ଜିଲ୍ଲା ବାସୀ ଙ୍କୁ ରାଜ୍ୟ ସଭାରେ ଏକ ସ୍ଥାନ ଦେଇ ପାରିଛି। ଆଗାମୀ ଦିନ ଗୁଡ଼ିକରେ ମଧ୍ଯ ଏହି ସ୍ଥାନ ବଜାଇ ରହୁ ଏହାହିଁ ଅଞ୍ଚଳ ବାସୀଙ୍କ ପକ୍ଷ୍ୟରୁ ଆମ କାମନା। ମା ମାଝୀ ଗୌରୀ ଆପଣ ଙ୍କ ଚଲାପଥ ସଦା ସୁଗମ୍ୟ କରି ନିଷ୍କକଣ୍ଟକ କରିରଖନ୍ତୁ।

Leave a Reply

Your email address will not be published. Required fields are marked *