ଏଥର ସମ୍ଭାଳ ବ୍ୟୁରୋ – ସାମ୍ବାଦିକ ଙ୍କୁ ଖବର ସଂଗ୍ରହ ପରେ ଧମକ ର ପ୍ରତିବାଦ କରି ଗଜପତି ଜିଲ୍ଲା ରେ ସାମ୍ବାଦିକ ଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଖବର ପ୍ରକାଶ ପାଇବା ପରେ କାର୍ଯ୍ୟରତ ଜିଲ୍ଲା ପ୍ରତିନିଧି ରଶ୍ମି ରଞ୍ଜନ ମିଶ୍ର ଙ୍କୁ ଦେଇଥିବା ଧମକ ଘଟଣା କୁ ନିନ୍ଦା କରି ଧମକ କାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ର ଆବାହକ ଶକ୍ତି ପ୍ରଦ ଦାଶ ଜିଲ୍ଲା ପ୍ରଶାସନ କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି। ଜିଲ୍ଲା ପ୍ରତିନିଧି ଙ୍କୁ କରାଯାଇଥିବା ଧମକ ପ୍ରତି ସଂଘ ନିନ୍ଦା ପ୍ରକଟ କରିଥିବା ଜାଣଇଛନ୍ତି। ଖବର ପ୍ରକାଶ ପାଇବା ପରେ ବିଭିନ୍ନ ଆଳ ଦେଖାଇ ଖବରଦାତା ଙ୍କ ବିରୁଦ୍ଧରେ ଅଭିଯୁକ୍ତ କାରି ଏତଲା ଦେବା ଓ ବିରୋଧ କରିବା ସାଧାରଣ ରେ ଏକ ଚିରାଚରିତ ଘଟଣା ହୋଇପଡିଥିବା ଶ୍ରୀ ଦାଶ ଉଲ୍ଲେଖ କରିଛନ୍ତି। ସାମ୍ବାଦିକ ଙ୍କୁ ଧମକ ଦେଇଥିବା ବ୍ୟକ୍ତି ଜଣକ ରାୟଗଡା ଜିଲ୍ଲା ବିଷମକଟକ ଅଧୀନରେ କାର୍ଯ୍ୟରତ ଥିବା ଜୈନିକ ଶିକ୍ଷକ ହୋଇଥିବାରୁ ଏହାଙ୍କ କାର୍ଯ୍ୟ ଦିବସର ସ୍ଥିତାବସ୍ଥା ନେଇ ରାୟଗଡ଼ା ଜିଲ୍ଲାପାଳ ଙ୍କ ସହ ପତ୍ରାଳାପ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here