ଲୋକସଭା ରେ ସାଂସଦ ଶ୍ରୀ ବସନ୍ତ ପଣ୍ଡା ଙ୍କ ସ୍ୱର ଉତ୍ତୋଳନ !

!!! ନୂଆପଡା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ – କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଦେଖା ଦେଇଥିବା ଧାନ ମଣ୍ଡି ର ସମସ୍ୟା ଏବଂ ରାଜ୍ୟ ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକା ବିରୋଧ ରେ ଦିଲ୍ଲୀ ଲୋକସଭା ରେ ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା ସ୍ୱର ଉତ୍ତୋଳନ କରିଛନ୍ତି। ରାଜ୍ୟ ସରକାର ନିଜ ଅପାରଗତାକୁ ଲୁଚାଇବାକୁ କେନ୍ଦ୍ର ସରକାରକୁ ଦୋଷାରୋପ କରୁଥିବା ନେଇ ଲୋକସଭା ଅଧ୍ୟକ୍ଷ ଙ୍କ ମଧ୍ୟମ ରେ ସମ୍ପୃକ୍ତ କୃଷି ମନ୍ତ୍ରଣାଳୟ ର ଦୃଷ୍ଟି ଆକର୍ଷଣ କରିଛନ୍ତି।

ନୂତନ ଭାବରେ ଗଠିତ ୧୦୦୦୦ କୃଷକ ଉତ୍ପାଦକ ସଂଘ ରେ ମହିଳା ଚାଷୀ ଙ୍କୁ ଚିହ୍ନଟ କରି ସାମିଲ କରିବା ପାଇଁ ଆଗ୍ରହ କରିଛନ୍ତି।

ସ୍ଥାନୀୟ ଏକ ଢ଼ଗଢ଼ ମାଳି “କ୍ଷେତ୍ କେ ମୁଡା ଘର କେ ବୁଢ଼ା” କୁ ଉପସ୍ଥାପନା କରି ଏହାକୁ ବ୍ୟାଖ୍ୟା କରି ସେ କହିଛନ୍ତି ଯେ ପ୍ରତ୍ୟେକ ଚାଷୀର କ୍ଷେତରେ ପାଣି ପାଇଁ ଏକ ପୋଖରୀ ର ସୁବିଧା କଲେ ଚାଷୀ ଙ୍କୁ ପାଣି ର ଅଭାବ ରହିବ ନାହିଁ ଏବଂ ପାଣି ର ମଧ୍ୟ ସଂଗ୍ରକ୍ଷଣ ହୋଇପାରିବ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

Leave a Reply

Your email address will not be published. Required fields are marked *