!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଗଜପତି/ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଉତ୍କଳ ସମ୍ମିଳନୀର ୬ଷ୍ଠ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ଗଜପତି ଜିଲ୍ଲା ସଭାପତି ଗୌରଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜତି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଅଦ୍ୱୈତ କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ପଦ୍ମନାଭ ସାମଲ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବିନୋଦ ମହାନ୍ତି, ଉଷାରାଣୀ ମହାନ୍ତି , କୌଶିକା ସାହୁ, ବିମଳ ଚନ୍ଦ୍ର ଷଡଙ୍ଗୀ, ସାଧାରଣ ସମ୍ପାଦକ ଅନନ୍ତ ପ୍ରସାଦ ଜେନା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।
ଓଡିଶାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରଚାର, ପ୍ରସାର ଓ ସଂରକ୍ଷଣ ସହ ଶାସ୍ତ୍ରୀୟ ମାନ୍ୟତାର ବିକାଶ କିପରି ହୋଇପାରିବ , ସରକାରୀ ସ୍ତରରେ ଓଡିଆ ଭାଷାର ପ୍ରଚଳନ , ଓଡିଆରେ ନାମଫଳକ ଓ ବ୍ୟବହାର , ସମସ୍ତ ସ୍କୁଲ କଲେଜ ସମେତ ଇଂରାଜୀ ମାଧ୍ୟମିକ ସ୍କୁଲ କଲେଜରେ ମଧ୍ୟ ଓଡିଆ ଭଷା ସାହିତ୍ୟର ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ଉପରେ ଦୃଢା କାର୍ଯ୍ୟକାରୀ କରାଯିବାକୁ ଦାବୀ କରି ରାଜ୍ୟ ସରକାରୀଙ୍କୁ ଏ ଉପରେ ଦାବୀ ପତ୍ର ଦିଆଯିବାକୁ ନିଷ୍ପତି ନେଇଥିଲେ । ଏତଦ୍ ବ୍ୟତୀତ ବିଛିନ୍ନାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ସମସ୍ୟା, ଓଡିଆଙ୍କ ପ୍ରତି ଅବହେଳା , ସୀମାସୁରକ୍ଷା ଏବଂ ନିର୍ମାଣ ପ୍ରକଳ୍ପ ଗୁଡିକର ଅଗ୍ରଗତିକୁ ଓ କାର୍ଯ୍ୟକ୍ଷମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସେହିପରି ଗଜପତି ଜିଲ୍ଲା ସୀମାନ୍ତେର ଆନ୍ଧ୍ର ସରକାର ବଂଶୀଧାରା ଏବଂ ମହେନ୍ଦ୍ର ତନୟା ପାଣି ନେବାକୁ ଉଦ୍ୟମ କରୁଥିବା ବେଳେ ଜିଲ୍ଲାର ସ୍ୱାର୍ଥ ଓ ସୁରକ୍ଷାକୁ ଆଦୌ ଧ୍ୟାନ ଦିଆଯାଉ ନାହିଁ । ଏହି କାର୍ଯ୍ୟକ୍ରମରେ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ବିନ୍ଦୁ ଓ ବଳୟ କବିତା ପୁସ୍ତକ ଲୋକାର୍ପଣ ହେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲା ଅଞ୍ଚଳରୁ ଆସିଥିବା ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା । ରାଜ୍ୟର ୨୧ଟି ଶାଖାର କର୍ମକର୍ତ୍ତା ଓ କାର୍ଯ୍ୟକାରୀଣ କମିଟିର ସଦସ୍ୟ ପ୍ରାୟ ୫୧ଜଣ ଯୋଗ ଦେଇଥିଲେ ।