କୃଷି ମହା ବିଦ୍ୟାଳୟ ପରିସରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ….!
!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂହ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଭବାନୀପାଟଣା) – ସ୍ଥାନୀୟ କୃଷି ମହା ବିଦ୍ୟାଳୟ ପରିସରରେ ଥିବା ଏ ଡି ଆର ଆର ଟି ଟି ଏସ ସଭା ଗୃହରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୋଦ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଉତ୍ସବ ରେ ଅତିରିକ୍ତ କୃଷି ନିର୍ଦ୍ଦେଶକ ତଥା ମୃତ୍ତିକା ରାସାୟନବିତ୍ କଳାହାଣ୍ଡି ସୁଶୀଳ କୁମାର ସେଠୀ ସ୍ଵାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ନିର୍ବାହୀ ଅଧିକାରୀ ଦୟା ମୟ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ମୃତ୍ତିକା ବିଶେଷଜ୍ଞ କୃଷି ବିଜ୍ଞାନ କେନ୍ଦ୍ର କଳାହାଣ୍ଡି, ସଦର ବ୍ଲକ ଆତ୍ମା ଅଧକ୍ଷ ସଚ୍ଚିଦାନନ୍ଦ ମହାକୁଡ, ଜୁନାଗଡ କୃଷି ଅଧିକାରୀ ପ୍ରମୂଖ ଉପସ୍ଥିତ ରହି ମୃତ୍ତିକା ର ଉପଯୋଗ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଉତ୍ତମ କାର୍ଯ୍ୟ ଦକ୍ଷତା ନିମନ୍ତେ କଲମପୁର ବ୍ଲକ ସହକାରୀ କୃଷି ଅଧିକାରୀ ଅଜୟ କୁମାର ବେମାଲ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ ତିଳୋତ୍ତମା ସାହୁ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଉଦଘୋଷିକା ସୁନୀତା ଶର୍ମା ମଞ୍ଚ ପରିଚାଳନା କରିଥିବା ବେଳେ ମୃତ୍ତିକା ରସାୟନବିତ୍ ସୁଶୀଳ କୁମାର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

