ବାରମ୍ଵାର ବିଦ୍ୟୁତ କାଟ ଯୋଗୁଁ ଅତିଷ୍ଟ ଗୁଣପୁର ଗ୍ରାମବାସୀ ; ସମାଧାନ ପାଇଁ ରାଜ୍ଯ ଖାଉଟି ସୁରକ୍ଷା ପରିଷଦ ସଭ୍ୟା ଙ୍କ ଦାବୀ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସମସ୍ୟା ରହିବା ସହ ବିଦ୍ୟୁତ୍ ର ଲୋଭୋଲ୍ଟେଜ ରହୁଥିବା କାରଣ ରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏହି ସମସ୍ୟା ର ସ୍ଥାୟୀ ସମାଧାନ ହୋଇ ପାରୁନଥିବାରୁ ସ୍ଥାନୀୟ ଜନ ସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ସମାଧାନ ସକାସେ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସାଉଥକୋ କତୃପକ୍ଷ ଙ୍କ ସହ ଯୋଗାଯୋଗ କରିବାରୁ ଖୁବ୍ ଶୀଘ୍ର ଏହାର ଏକ ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଖାଉଟି ଙ୍କ ଠାରୁ ବିଦ୍ୟୁତ ଶୁକ୍ଳ ଆଦାୟ କରିବାରେ ତତ୍ପର ଥିବା ବିଭାଗୀୟ କର୍ମକର୍ତ୍ତା ଖାଉଟି ଙ୍କ ଅସୁବିଧାର ସମାଧାନ କରିପାରୁନଥିବା ଅଭିଯୋଗ ହେଉଛି। ମାତ୍ର ପାଞ୍ଚ ସହ ଟଙ୍କା ରୁ ଉର୍ଦ୍ଧ ଅର୍ଥ ବକେୟା ରହିଥିବା ଖାଉଟି ଙ୍କ ବିଦ୍ୟୁତ୍ ଲାଇନ୍ ଯୋଗଯୋଗ କୁ ବିଛିନ୍ନ କରାଯିବ ବୋଲି ଡାକବାଜୀ ମାଧ୍ୟମରେ ପ୍ରଚାର ପ୍ରସାର କରି ଖାଉଟିଙ୍କୁ ଅସ୍ତବ୍ୟସ୍ତ କରୁଥିବା ବିଭାଗ ଖାଉଟି ଙ୍କୁ ବିଦ୍ୟୁତ ସଠିକ୍ ଭାବେ ଯୋଗାଇବାରେ ବିଫଳ ହୋଇ ପଡ଼ିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଆଗାମୀ ଦିନରେ ଏଭଳି ସମସ୍ୟା ଲାଗି ରହିଲେ ସମାଧାନ ନେଇ ଜନ ଆନ୍ଦୋଳନ ତେଜିବ ବୋଲି ସାଧରଣରେ ମତ ପ୍ରକାଶ ପାଉଛି। ଏଥି ପୂର୍ବରୁ ଏହାର ଏକ ସ୍ଥାୟୀ ସମାଧାନ ର ପନ୍ଥା ଗ୍ରହଣ କରିବା ନିମନ୍ତେ ରାଜ୍ଯ ଖାଉଟି ସୁରକ୍ଷା ପରିଷଦ ର ସଭ୍ୟା ଶ୍ରୀମତୀ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *