ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାୟଗଡା ଜିଲ୍ଲାର ସି.ଡବ୍ଲ୍ୟୁ.ସ୍ ସଂସ୍ଥା ତରଫରୁ ପିତାମହଲ ଓ ତାଡମା ଗ୍ରାମ ପଞ୍ଚାୟତର ସମସ୍ତ ଗାଁ ମାନଙ୍କରେ ଅଙ୍ଗନବାଡି କେନ୍ଦ୍ରରେ ପିଲା ମାନଙ୍କୁ ନେଇ ବିଶ୍ଵ ହାତ ଧୁଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ ରାୟଗଡ଼ା ସି.ଡବ୍ଲ୍ୟୁ.ସ୍ community mobiliser ଅଭିଷେକ ଆଚାର୍ଯ୍ଯ, ଏଫ୍.ଇ.ଡବ୍ଲ୍ୟୁ ତପନ କାଡ୍ରାକା, ସ୍ଵେଚ୍ଛାସେବୀ ହେମଲତା ମେଲେକା ଓ ପୁଷ୍ପା ମେଲେକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ l ଏଥିରେ ସ୍ଵଚ୍ଛତା ଓ ହାତ ସଫା ରଖିବା ନେଇ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନା ଓ ସାବୁନ୍ ରେ ହାତ ଧୋଇବା ପ୍ରକ୍ରିୟା ପିଲା ମାନଙ୍କୁ ତଥା ମା ମାନଙ୍କୁ ଶିଖେଇ ଦିଆଯାଇଥିଲା l
Community mobiliser ଅଭିଷେକ ଆଚାର୍ଯ୍ଯ ସଂକ୍ଷିପ୍ତରେ ଏହି କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ରଖିଥିଲେ l FEW ତପନ କାଡ୍ରାକା ଓ ସ୍ଵେଚ୍ଛାସେବୀ ପୁଷ୍ପା ଓ ହେମ ଲତା ସମସ୍ତ ସହୋଯାଗ କରିଥିଲେ l ଏହି ମୂଲ୍ୟବାନ କାର୍ଯ୍ୟକ୍ରମ ଆୟୋଜନ କରିଥିବା ହେତୁ ଗ୍ରାମବାସୀ CWS ର ସମସ୍ତ କର୍ମକର୍ତ୍ତାଙ୍କୁ ହାର୍ଦିକ ଧନ୍ୟବାଦ ଜଣାଇଥିଲେ l

