ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ମୋଟ୍ ୫୫ ୟୁନିଟ୍ ରକ୍ତ ସଂଗୃହୀତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ୭୫ ତମ ଜନ୍ମଦିନ ପାଳନ ଅବସରରେ ଆୟୋଜିତ ସେବା ସପ୍ତାହ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଗୁରୁବାର କୋକସରା ସିଏଚସିରେ ଆୟୋଜିତ ସେବା ସପ୍ତାହ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଯୋଗଦେଇ ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ଭାରତ ସରକାର ଓ ରାଜ୍ୟରେ ମୋହନ ସରକାରଙ୍କ ନେତୃତ୍ବରେ ବିକଶିତ ଭାରତ ର ସ୍ୱପ୍ନ ବସ୍ତାଵତାରେ ପରିଣତ ହୋଇଛି। ଜିଏସଟି ହ୍ରାସ ହେବା ଦ୍ୱାରା ସାମାନ୍ୟ ବ୍ୟବସାୟୀ ଓ ମଧ୍ୟବିତ୍ତ ପରିବାର ମାନଙ୍କୁ ସିଧାସଳଖ ଲାଭ ମିଳିଵା ସହ ସାଧାରଣ ଜନତାଙ୍କ ପାଇଁ ଜୀବନଯାପନରେ ସହଜତା ଆସିବ । ଦେଶର ଆର୍ଥିକ ଶକ୍ତିକୁ ଆହୁରି ଦୃଢ଼ କରିବାରେ ଜିଏସଟି ହ୍ରାସ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିବା ସହ ଆଜି ର ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ଙ୍କୁ ଉତ୍ସାହିତ କରିବା ସହ କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ବଲାଙ୍ଗୀର ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା, ଧର୍ମଗଡ ବିଧାୟକ ଙ୍କ ବ୍ଲକ ପ୍ରତିନିଧି ତ୍ରିନାଥ ଶବର, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ମୋଟେର ମଣ୍ଡଳ ସଭାପତି ଧର୍ମାବ୍ରତ୍ ପଣ୍ଡା, ବରିଷ୍ଠ ନେତା ନରେଶ ପଟ୍ଟନାୟକ, ନୀଳକଣ୍ଠ ମାଝୀ, ଘନଶ୍ୟାମ ନାଏକ, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି,ଚକ୍ରଧର ନାଏକ, ଚକ୍ରଧର ବେଶ୍ରା ,ଧର୍ମଗଡ ନଗର ଜିଲ୍ଲା ସଭାପତି ଡମ୍ବରୁ ଧର ଠାକୁର, ଯୁବ ମୋର୍ଚ୍ଚା ନଗର ସଭାପତି ଧର୍ମଗଡ ଚନ୍ଦନ ପାତ୍ର, ମନୀନ୍ଦ୍ର ଭୂଷଣ ପାତ୍ର,ପ୍ରମୁଖ ରକ୍ତଦାତା ଙ୍କୁ ସେବା ସପ୍ତାହରେ ନିଜର ରକ୍ତ ଦାନ କରି ସେବା ଯୋଗାଇ ଦେଇଥବାରୁ ଧନ୍ୟବାଦ ଜଣାଇଥିଲେ। ଏହି ରକ୍ତଦାନ ଶିବିରରେ ଧର୍ମଗଡ ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମ କୁ ପ୍ରମୁଖ କାର୍ଯ୍ୟକର୍ତ୍ତା ସନ୍ତୋଷ ମାଝୀ, ଆମପାଣି ମଣ୍ଡଳ ସାଧାରଣ ସମ୍ପାଦକ ତୁଲାରାମ ନାଏକ ଓ ଦ୍ରୋଣାଚାର୍ଯ୍ୟ ପୁଝାରି, ମୋଟେର ମଣ୍ଡଳ ସାଧାରଣ ସମ୍ପାଦକ କମଳ ଲୋଚନ ଦଳପତି, ନବୀନ ଖର୍ସେଲ, କୋକସରା ମଣ୍ଡଳ ସାଧାରଣ ସମ୍ପାଦକ ଶାରଳା ପ୍ରସାଦ ପ୍ରଧାନୀ, ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ଧବଳେଶ୍ବର ଗୋପାଳ, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ଦୈତାରୀ ବାରିକ, ନବୀନ ପ୍ରଧାନୀ, ନିଲାଞ୍ଚଳ ରାଉତ,ଧର୍ମାନନ୍ଦ ନେଗି,ନରେଶ କୁମାର ଗୁପ୍ତା ଉପସ୍ଥିତ ରହି ବ୍ଲକ ର ୨୨ ଗୋଟି ପଂଚାୟତ ରୁ ରକ୍ତଦାନ ଶିବିର ରେ ଯୋଗଦେଇଥିବା ରକ୍ତଦାତା ଙ୍କୁ ସେବା ଯୋଗାଇବା ସହ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ମୋଟ ୫୫ ୟୁନିଟ ରକ୍ତ ସଗୃହିତ ହୋଇଥିଲା ।

Leave a Reply

Your email address will not be published. Required fields are marked *