ଅଗ୍ରସେନ ଜୟନ୍ତୀ ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କେସିଙ୍ଗା) – ଆସନ୍ତା ୨୨ ତାରିଖ ଦିନ ହେବାକୁ ଥିବା ଶ୍ରୀ ଶ୍ରୀ ଅଗ୍ରସେନ୍ ଜୟନ୍ତୀ ପାଳନ ପାଇଁ ସ୍ଥାନୀୟ ଅଗ୍ରସେନ୍ ଭବନ ଠାରେ ଅଗ୍ରୱାଲ ସଭା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରାଯାଇଥିଲା। ଅଗ୍ରସେନ ଜୟନ୍ତୀ ୨୨ ତାରିଖରେ ଥିଲେ ମଧ୍ୟ ଆୟୋଜନ ୯ ତାରିଖରୁ ଆରମ୍ଭ ହେଲାଣି ଚଳିତ ବର୍ଷ ବିଭିନ୍ନ ଖେଳକୁଦ ସହ ସମୁଦାୟ ୪୬ ଟି ପ୍ରତିଯୋଗିତା ରଖାଯାଇଛି।ସାମ୍ବାଦିକ ସମ୍ମିଳନୀରେ ଅଗ୍ରୱାଲ ସଭାର ଏଡଭାଇଜର ରାମ କୁମାର ଜୈନ ଅଗ୍ରୱାଲ ସଭାର ଅବଦାନ ଓ ଅଗ୍ରସେନ୍ ଜୟନ୍ତିର ମୂଳଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।ଅଗ୍ରୱାଲ ସଭା ଅଞ୍ଚଳ ବାସୀ ଙ୍କ ଦୁଃଖ ରେ ଦୁଃଖୀ ଓ ସୁଖରେ ସୁଖୀ ରେ ସାମିଲ ହୋଇ ନିଜର କର୍ତ୍ତବ୍ୟ କରିଚାଲିଛି କେସିଙ୍ଗା ଅଞ୍ଚଳରେ ସ୍ଥାନେ ସ୍ଥାନେ ଥଣ୍ଡା ପାନୀୟ ବ୍ୟବସ୍ଥା ,ସମୟ ସମୟରେ ବିଶେଷଜ୍ଞ ଡାକ୍ତର ମାନଙ୍କୁ ଆଣି ବିନା ମୂଲ୍ୟରେ ରୋଗୀ ସେବା, ରକ୍ତଦାନ ଶିବିର ଏପରିକି ଶ୍ମଶାନ ବିହୀନ କେସିଙ୍ଗା ରେ କାହାର ମୃତ୍ୟୁ ଘଟିଲେ ଅଗ୍ରୱାଲ ସମାଜ ର ଶ୍ମଶାନରେ ବିନା ମୂଲ୍ୟରେ ସଂସ୍କାର କରିବା ପାଇଁ ଅନୁମତି ଏମିତି ଅନେକ ସାମାଜିକ କାମରେ ଅଗ୍ରୱାଲ ସମାଜ ଜଡ଼ିତ ଥିଲେ ମଧ୍ୟ ଶେଷରେ ଅଞ୍ଚଳବାସୀ ଅଗ୍ରୱାଲ ସମାଜ ର ବେପାରୀ ମାନକୁ ମାରୱାଡ଼ି ଚୋର କହୁଛନ୍ତି କହି ଦୁଃଖ ପ୍ରକାଶ କରିଥିଲେ ଓ ନାରୀ ଶକ୍ତି କୁ ଆଗକୁ ବଢ଼ାଇବା ଓ ନାରୀ ଶକ୍ତି କୁ ସମ୍ମାନ ଦେବା ଅଗ୍ରୱାଲ ସଭା ର ମୂଳ ଲକ୍ଷ ବୋଲି ପ୍ରକାଶ କରିଥିଲେ।୨୨ ତାରିଖ ଦିନ ଅନେକ କାର୍ଯ୍ୟକ୍ରମ ର ଆୟୋଜନ ରଖାଯାଇଥିବା ବେଳେ ଭୋର ରୁ ପ୍ରଭାତ ଫେରି ସାଙ୍ଗକୁ ଅପରାହ୍ନ ୪ ଟା ବେଳେ ଅଗ୍ରସେନ ମହାରାଜ ଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଛି ସେହିପରି ସନ୍ଧ୍ୟା ୭ ଘଣ୍ଟା ସମୟରେ ଅଗ୍ରସେନ୍ ମହାରାଜ ଙ୍କ ଭବ୍ୟ ପୂଜା ଅନୁଷ୍ଠିତ ହେବ ରାତ୍ର ୮ ଘଣ୍ଟା ସମୟରେ ମାଁ ଅମ୍ବେଜି ମନ୍ଦିର ପରିସରରେ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା ଓ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅଗ୍ରୱାଲ ସଭା ପକ୍ଷରୁ କୁହାଯାଇଛି।୨୨ ତାରିଖ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଦର ବିଧାୟକ ସାଗର ଚରଣ ଦାସ,ସମ୍ମାନିତ ଅତିଥି ଭାବରେ ଅଖିଳ ଭାରତୀୟ ମହିଳା ସମ୍ମେଳନ ର ରାଜ୍ୟ ସଭାପତି ଅରୁଣା ଅଗ୍ରୱାଲ ଓ ମୁଖ୍ୟ ବକ୍ତା ଭାବରେ ବରଗଡ଼ ର ମାରୱାଡ଼ି ଯୁବା ମଞ୍ଚ ର ଜାତୀୟ କନଭେନର ଅନୁରାଧା ଅଗ୍ରୱାଲ ଉପସ୍ଥିତ ରହିବା ପାଇଁ ସହମତି ପ୍ରକାଶ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ରେ କମିଟି ପକ୍ଷରୁ କୁହାଯାଇଛି।ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ଅଗ୍ରୱାଲ ସଭାର ସଭାପତି ପ୍ରବୀଣ ଅଗ୍ରୱାଲ( କାଲୁ ବାବୁ) ସମ୍ପାଦକ ରୋହିତ କୁମାର ଅଗ୍ରୱାଲ କୋଷାଧ୍ୟକ୍ଷ ବିନୋଦ କୁମାର ଅଗ୍ରୱାଲ ଓ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *