କଶୃପଡ଼ା ରୁ ଚୋରା ନିଶା କାରବାର ବନ୍ଦ କରିବାକୁ ଅଣ୍ଟା ଭିଡିଲେ ଯୁବ ଗୋଷ୍ଠୀ; ଚୋରା ମଦ ବନ୍ଦ ନହେଲେ ଆଗକୁ ଆନ୍ଦୋଳନ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କେସିଙ୍ଗା) – କଳାହାଣ୍ଡି ଜିଲ୍ଲା ରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କେସିଙ୍ଗା ବ୍ଲକ ବି ନିସ୍ତାର ପାଇନାହିଁ ବ୍ଲକ ର କଶୃପଡ଼ା ଗ୍ରାମର ବଙ୍ଗଳା ପଡ଼ା ଠାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ରୁ ଗ୍ରାମର କିଛି ଯୁବଗୋଷ୍ଠୀ ସମାଜ ସେବୀ ଜିତୁମିଶ୍ର ଙ୍କ ନେତୃତ୍ୱରେ ୩୦ ରୁ ଉର୍ଦ୍ଧ ଯୁବକ ଶନିବାର ଦିନ କେସିଙ୍ଗା ଥାନା କୁ ଆସି ଗ୍ରାମରେ କିଛି ବେପାରୀ ଚୋରା ଦେଶୀ ବିଦେଶୀ ମଦ, ଗଞ୍ଜେଇ ଏପରିକି କପସିରପ ବିକ୍ରୀକରି ଗ୍ରାମର ଭବିଷ୍ୟତ କୁ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଚୋରା ନିଶାଦ୍ରବ୍ୟ ବିକ୍ରୀ ଯୋଗୁଁ ପାଖପଡିସା ର ମାଁ ଭଉଣୀ ମାନେ ସେହି ରାସ୍ତାରେ ଏକୁଟିଆ ଯିବା ଆସିବା କରିବାରେ ନିଜକୁ ସୁରକ୍ଷିତ ମଣୁ ନଥିବା ଜଣାଇଛନ୍ତି।ପୁଣି ସାହିବାସୀ ଉକ୍ତ ମଦ ବ୍ୟବସାୟୀ କୁ ଚୋରା ମଦ ଓ ନିଶା ଦ୍ରବ୍ୟ ବିକ୍ରି ବନ୍ଦ କରିବାକୁ କହିଲେ ସାହି ର ଲୋକଙ୍କୁ ନାଲି ଆଖି ଦେଖାଉଛି ଓ ଧମକ ଚମକ ଦେଉଛନ୍ତି ବୋଲି ଅଭିଯୋଗ ପତ୍ର ରେ ଉଲେକ୍ଷ କରିଛନ୍ତି। କେସିଙ୍ଗା ଥାନା ରେ ଥାନା ଅଧିକାରୀ ଙ୍କ ଅନୁପସ୍ଥିତିରେ ଥାନାର ଏ ଏସ ଆଇ ମେଡମ ଲିଖିତ ଅଭିଯୋଗ ପତ୍ର ଗ୍ରହଣ କରି ଅଭିଯୋଗ ର ଉଚିତ ତଦନ୍ତ କରି ଗ୍ରାମରେ ଚୋରି ନିଶା କାରବାର ବନ୍ଦ କରିବାକୁ ପୋଲିସ ଗ୍ରାମବାସୀ ଙ୍କୁ ସହଯୋଗ ର ଭରଷା ଦେବା ପରେ ଗ୍ରାମବାସୀ ଚାଲି ଯାଇଥିଲେ।ପରେ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଯଦି ଅଭିଯୋଗ ପରେ ପୋଲିସ ସମସ୍ୟାର ସମାଧାନ ନ କରେ ତାହାହେଲେ ଆଗାମୀ ଦିନରେ କଶୃପଡ଼ା ରେ ଜୋର୍ ସୋର ରେ ମଦମୁକ୍ତି ଅଭିଯାନ ଆରମ୍ଭ କରି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇ ଥିଲେ।

Leave a Reply

Your email address will not be published. Required fields are marked *