ଗୋଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଙ୍କ ସଭାପତିତ୍ୱ ରେ ବ୍ଲକ ସଭାଗୃହ ଠାରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଙ୍କ ସଭାପତିତ୍ୱ ରେ ବ୍ଲକ ସଭାଗୃହ ଠାରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, କଳାହାଣ୍ଡି ଜିଲ୍ଲା ରେ ସର୍ବାଧିକ ଗୋଲାମୁଣ୍ଡା ବ୍ଲକ ରେ ୪୪୬ ଟି ଭତ୍ତା ଅନୁମୋଦନ ହୋଇଥିଲା ଓ ଆଜି ହିତାଧିକାରୀ ମାନଙ୍କୁ ବଣ୍ଟନ କରାଗଲା, କାର୍ଯ୍ୟକ୍ରମ ରେ ବିଡ଼ିଓ ଶ୍ରୀ ତ୍ରିପୁରା ମହାନନ୍ଦ, ଏବିଡ଼ିଓ ଶ୍ରୀ ବିଜୟ କୁମାର ନାଏକ,ବିଏସ ଏସଓ ଶ୍ରୀ ଚନ୍ଦନ କୁମାର ବିହାରୀ,ଗୋଲାମୁଣ୍ଡା ସରପଞ୍ଚ ଶ୍ରୀ ପୁରୁଷୋତ୍ତମ ରାଉତ, କେଗାଁ ସ.ସଭ୍ୟ ଶ୍ରୀ ଲକ୍ଷ୍ମଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ, ଜିଲ୍ଲା ରେ ସର୍ବାଧିକ ଭତ୍ତା ଅନୁମୋଦନ ହେତୁ ବ୍ଲକ ପ୍ରଶାସନ,ଜୁନାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ମନୋଜ ମେହେର, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାଏକ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ମେହେର, ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପାଟଯୋଶୀ, ଉପଜିଲ୍ଲାପାଳ ଧର୍ମଗଡ଼, ଜିଲ୍ଲାପାଳ କଳାହାଣ୍ଡି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ।

Leave a Reply

Your email address will not be published. Required fields are marked *