ଏଥର ସମ୍ଭାଳ ବ୍ୟୁରୋ (ରାୟଗଡା/ମୁନିଗୁଡା) – ରାୟଗଡା ଜିଲ୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅନ୍ତର୍ଗତ ମୁନିଗୁଡା ପଞ୍ଚାୟତ ସଦର ମହକୁମା ସ୍ଥିତ ୧ ନମ୍ବର ୱାର୍ଡ, ଇନ୍ଦିରାପଡା ସାହିର ଜନସାଧାରଣଙ୍କ ଯାତାୟାତ ସୁବିଧା ନିମନ୍ତେ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ପ୍ରକାରରେ ପଞ୍ଚାୟତ ସମିତି ତରଫରୁ ସିସି ରାସ୍ତା ତିଆରି କରାଯାଇଛି। ଉକ୍ତ ସାହି ରେ ରହୁଥିବା ଲୋକମାନେ ସିସି ରାସ୍ତା ଉପରେ ଅଳିଆ ଆବର୍ଜନା ପକାଇ ରାସ୍ତାକୁ ଏକ ପରିତ୍ୟକ୍ତ ସ୍ଥାନ ଓ ଅପରିଷ୍କାର ଭାବରେ କୁଡ଼ କୁଡ଼ ଅଳିଆ ଆବର୍ଜ୍ଜନା ଗଦା ହୋଇଥିବା ଦେଖିବାକୁ ମିଳୁଛି। ଏହା ଆମେ କହୁନାହୁଁ, କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିଥିବା ଚିତ୍ରପଟ କଥା କହୁଛି। ଫଳରେ ଉକ୍ତ ରାସ୍ତା Ramamani college Nursing ଦେଇ ଯାତାୟାତ କରୁଥିବା ସାହି ବାସିନ୍ଦା ଓ ଜନସାଧାରଣ ମାନେ ପଚା ଗନ୍ଧରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୁଢ଼ କୁଢ଼ ପଚା ଅଳିଆ ଅବର୍ଜନା ଜମା ହୋଇଥିବାରୁ ଉକ୍ତ ସ୍ଥଳରେ ମୂଷା, ମଶା, ମାଛି, ଡାଁସର ବଂଶ ବୃଦ୍ଧି ପାଇ ବିଭିନ୍ନ ପ୍ରକାରର ରୋଗ ସହିତ ଡେଙ୍ଗୁ, ମ୍ୟାଲେରିଆ ଜ୍ଵର, ବାତ ଜ୍ଵର ମାନ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି । ଏତିପ୍ରତି ସଦର ବ୍ଳକ ପ୍ରଶାସନ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ ମାନ ଧ୍ୟାନ ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବୀ ହୋଇଛି। ଏଥି ସହିତ ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଗୁଡା ଗ୍ରାମପଞ୍ଚାୟତ ସଦର ମହକୁମା ସ୍ଥିତ ଇନ୍ଦ୍ରିରାପଡା ୧ ନମ୍ବର ୱାର୍ଡରେ ରହି ଆସୁଥିଲେ ହେଁ, ଆଜି ପର୍ଯ୍ୟନ୍ତ ପ୍ରଶାସନ କୋୖଣସି ଦୃଷ୍ଟି ଆକର୍ଷଣ ନ କରିବା ବୁଦ୍ଧିଜୀବୀ ମହାଲରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ସ୍ଥାନୀୟ ସାହି ବାସିନ୍ଦା ତରଫରୁ ପ୍ରଶାସନକୁ ଅନୁରୋଧ ଅଳିଆ ଆବର୍ଜ୍ଜନା ହଟାଇ ରୋଗ ମୁକ୍ତ କରାଯାଉ ବୋଲି ଦାବୀ ହୋଇଛି । ଖବର ପ୍ରସାରଣ ପରେ ପ୍ରଶାସନ କେବେ ଦୃଷ୍ଟି ଦେଇ ରୋଗ ନିରାକରଣ ନିମନ୍ତେ ଚିନ୍ତା କରିବେ ତାହା ଦେଖିବାକୁ ବାକି ରହିଲା ।
ସିସି ରାସ୍ତା ଉପରେ କୁଢ କୁଢ଼ ଅଳିଆ ଆବର୍ଜନା ; ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା

