ସ୍ୱାୟତ୍ତ ଶାସନ ଦିବସ ରେ ସହରର ବିଭିନ୍ନ ନୂତନ ପ୍ରକଳ୍ପ ଉଦ୍ଘାଟିତ ; ବିଶ୍ଵ ରେକଡ୍ ଧାରୀ କଳାକାର ମାନଙ୍କ ସଂସ୍ଥା ହେଲା ସମ୍ମାନିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ରେ ମହା ଆଡ଼ମ୍ବରରେ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି।ଏଥି ପାଇଁ ଏନ୍ ଏ ସି ପାଖ କଲ୍ୟାଣ ମଣ୍ଡପ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଭୋର ୪.୩୦ ରୁ ରାମଧୁନ ଆରମ୍ଭ କରାଯାଏ ପ୍ରାୟ ୭ ଘଣ୍ଟା ସମୟରେ ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ୮.୩୦ ରେ ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା।ପରେ ପରିଷଦ ବୃନ୍ଦ,ଏନ୍ ଏ ସି କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ସଚେତନତା ର ବାର୍ତ୍ତା ନେଇ ସହର ପରିକ୍ରମା ଅନୁଷ୍ଠିତ ହୋଇଥିଲା।ପରେ ସହରରେ କେସିଙ୍ଗା ଏନ୍ ଏ ସି ପକ୍ଷରୁ ବିଭିନ୍ନ ୱାର୍ଡ ରେ ନବନିର୍ମିତ ପ୍ରକଳ୍ପ ଗୁଡ଼ିକର ଯଥା କଂସେଇ ଖାନା, ଗୋଷ୍ଠୀ କେନ୍ଦ୍ର , ମିଶନ ଶକ୍ତି ଗୃହ ଉଦ୍ଘାଟନ କରାଯାଇ ଅଞ୍ଚଳବାସୀ ଙ୍କୁ ଉତ୍ସର୍ଗୀକୃତ କରାଯାଇଥିଲା ଏବଂ ଶେଷରେ କଲ୍ୟାଣ ମଣ୍ଡପ ଠାରେ ଅଧ୍ୟକ୍ଷ ନୃପ ରାଜ ଯାଦବ ଙ୍କ ସଭାପତିତ୍ବରେ ଏକ ସଭା ର ଆୟୋଜନ କରାଯାଇ ଥିଲା । ଅଧ୍ୟକ୍ଷ ନିଜ ଅଭିଭାଷଣରେ କେସିଙ୍ଗା ଏନ୍ ଏ ସି ପକ୍ଷରୁ ଉନ୍ନତି ମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ ।ଏନ୍ ଏ ସି ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନକୁ ପୁରସ୍କାର ବଣ୍ଟନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ। ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ , କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣା , ମୋହନ ସାହୁ, ଶ୍ରୀନିବାସ ଶ୍ରିନୁ, ଆକୁଳ ନାଏକ, ଗଦାଧର ସିଂଦେଓ, ପ୍ରଶାନ୍ତ ବାରିକ, ସମସ୍ତ ୱାର୍ଡ କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ପରିଷଦ କର୍ମଚାରୀ ନୃସିଂହ ଚରଣ ବେହେରା।

Leave a Reply

Your email address will not be published. Required fields are marked *